ପାଚିକା ସଂଘ ବୈଠକ ଅନୁଷ୍ଠିତ

ଚନ୍ଦାହାଣ୍ଡି : କୋନ୍ଧିଓଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ପାଚିକା ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାରୁ ଜଗବନ୍ଧୁ ବେମାଲ, ସମ୍ମାନିତ ଅତିଥି ଭାବେ ଦୁର୍ଯ୍ୟ ଗୌଡ଼, ଟଙ୍କଧର ବାବୁ, ଡୋମେ ମାଝି, ଇନ୍ଧିରା ନାୟକ, ଗଜେନ୍ଦ୍ର ଗୌଡ଼ ସେସମଲ ଗୌଡ଼, ଜଦୂନାଥ ଗୌଡ଼ ରତ୍ନେ ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ । ଚନ୍ଦାହାଣ୍ଡି ପାଚିକା ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ରତ୍ନେ ଗୌଡ଼ଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଗୋଟିଏ ପଟେ ସମାନ କାମ କରୁଥିବା ରୋଷେୟା ଏବଂ ଅଙ୍ଗନୱାଡ଼ି ସହାୟିକାମାନଙ୍କୁ ଅଧିକ ମଜୁରୀ ପ୍ରଦାନ କରୁଥିବା ବେଳେ ପାଚିକାମାନଙ୍କୁ କାହିଁକି ୧୪୦୦ ଟଙ୍କା ପ୍ରଦାନ କରାଯାଉଛି, ଏହା ମଧ୍ୟ ପ୍ରତିମାସରେ ନୁହେଁ ୪ରୁ ୫ ମାସ ମଧ୍ୟରେ ପ୍ରଦାନ କରାଯାଉଛି ବୋଲି ବୈଠକରେ ଆଲୋଚନା ହୋଇଥିଲା । ସଂଘ ଆଗାମୀ ଦିନରେ ଏହାର ଦୃଢ଼ ଜବାବ ଦେବାକୁ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନର ପନ୍ଥା ଆପଣାଇବ ବୋଲି ସଂଘ ନିଷ୍ପତ୍ତି ନେଇଥିଲା । ସର୍ବସମ୍ମତି କ୍ରମେ ପାଚିକା ସଂଘର ସଭାନେତ୍ରୀ ଭାବେ ରତ୍ନେ ଗୌଡ଼, ସମ୍ପାଦିକା ଜୟମଣି ଦଣ୍ଡସେନା ଏବଂ କୋଷଧ୍ୟକ୍ଷ ଭାବରେ ନୁର ଖରସେଲଙ୍କୁ ମନୋନୀତ କରାଯାଇଥିଲା । ଉପଦେଷ୍ଟା ଭାବେ ଗଜେନ୍ଦ୍ର ଗୌଡ଼, ଲଛମନ ବାଘ ରାମ ସମରଥ ନରହରି ଗୌଡ଼ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା ।

Leave A Reply

Your email address will not be published.