ମୂଳଚାଲ ଚାଲିଥିବା ବେଳେ ମହାବଳ ବାଘ ଛାଲ ଜବତ, ୧ ଗିରଫ

ନବରଙ୍ଗପୁର : ମୂଳଚାଲ ଚାଲିଥିବା ବେଳେ ଏକ ମହାବଳ ବାଘ ଛାଲ ଜବତ କରିବା ସହ ଜଣକୁ ଗିରଫ କରିଛି ନବରଙ୍ଗପୁର ପୋଲିସ । ଗିରଫ ଯୁବକ ଜଣକ ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ସତନାମୀ ସାହିର କମଲ କୁମାର ମହାନ୍ତି ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ବାଘ ଛାଲ ମୂଳଚାଲ ଚାଲିଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନବରଙ୍ଗପୁର ଏସ୍‌ପି ଏସ.ଶୃସିଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସବ ଇନ୍ସପେକ୍ଟର ଶିବାଜୀ ପଣ୍ଡାଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ମୃଗ ବିହାର ନିକଟରେ ଚଢାଉ କରିଥିଲା । ମହାବଳ ବାଘ ଛାଲ କେଉଁଠୁ ଆଣିଥିଲା ଓ ଏହି ରାକେଟରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ଅଧିକ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ଡ଼ିଏସ୍‌ପି ।

jittmm
Leave A Reply

Your email address will not be published.