କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ମଙ୍ଗଳବାର ଅପରାହ୍ନ ସାଢେ ୪ ଟାରେ ମୁଖ୍ୟମନ୍ତ୍ରୀ କୋଭିଡ ସ୍ଥିତି ସମୀକ୍ଷା କରିବେ । ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ, ସଚିବଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ରହିବେ । ଏହା ସହ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ, ମେଡିକାଲ୍ କଲେଜ କର୍ତ୍ତୃପକ୍ଷ ଉପସ୍ଥିତ ରହିବେ । ଆଗାମୀ ଦିନ ପାଇଁ କୋଭିଡ ମୁକାବିଲା ରଣନୀତି ପ୍ରସ୍ତୁତ କରିବେ ମୁଖ୍ୟମନ୍ତ୍ରୀ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.