ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଏଡିଜେ ଶୁଣାଣି କରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଶୁଣାଣି କରିଛନ୍ତି । ଗତ ୨୦୧୯ ଡିସେମ୍ବର ୨୫ରେ ଖଡ଼ିଆଳ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଖଡ଼ିଆଳ ପୁଲିସ ତଦନ୍ତ କରି ଅଭିଯୁକ୍ତ ଟଙ୍କଧର ଭୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହାକୁ ନେଇ କୋର୍ଟରେ ମାମଲା ବିଚାରାଧୀନ ରହିଥିଲା । ଏଡିଜେ ମିନାକ୍ଷୀ ଦାସ ୨୫ ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଶୁଣାଣି କରିଛନ୍ତି । ଏଥିରେ ଅଭିଯୁକ୍ତ ଟଙ୍କଧରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୦ ହଜାର ଟଙ୍କା ଅର୍ଥ ଦଣ୍ଡ ଦେଇଛନ୍ତି । ଅର୍ଥ ଦଣ୍ଡ ଅନାଦେୟ ହେଲେ ପୁଣି ଅଧିକ ବର୍ଷେ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଏଡିଜେ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ସରକାର ପୀଡିତାଙ୍କୁ ୬ ଲକ୍ଷ ଟଙ୍କାର ସହାୟତା ରାଶି ଦେବେ ବୋଲି ସ୍ୱତନ୍ତ୍ର ପିପି ଘାସିରାମ ବାଗ ସୂଚନା ଦେଇଛନ୍ତି ।