jsm

ବୁରୋମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବୁରୋମୁଣ୍ଡା ସ୍ଥିତ ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ବେହେରା ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀମାନଙ୍କୁ ହୃଦୟ ମଧ୍ୟରେ ଶୃଙ୍ଖଳିତ ଖେଳୁଆଳ ମନୋଭାବ ପୋଷଣ କରିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ସୁଶାନ୍ତ ଗଡତିଆ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ ପଞ୍ଚାନନ ମାଝୀ, ରାମକୁମାର ପଟେଲ, ଧର୍ମେନ୍ଦ୍ର କୁମାର ରାଉତ, ସୁବଳ ଠାକୁର, ବଳଦେବ ସାହୁ, ପ୍ରଫୁଲ୍ଲ କୁମାର ସାଗର, ରଜତ କୁମାର ଚୌହାନ, ମଣ୍ଟେସ ସାହୁ, ବିଶ୍ଵଜିତ ସାହୁ ଏବଂ ଶିକ୍ଷୟିତ୍ରୀ ସୁନୀତା ଭୋଇ, ନିବେଦିତା ପାଣିଗ୍ରାହୀ, ନିହାରୀକା ଯୋଶୀ, ମୋନାଲିସା ଠାକୁର ଓ ବିନ୍ଦିଆ ଛତରଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା । ଖେଳ ଶିକ୍ଷକ ମନୋଜ କୁମାର ପାଢୀ ଖେଳ ପରିଚାଳନା କରିଥିଲେ ।

yuvodaya
Leave A Reply

Your email address will not be published.