ଭବାନୀପାଟଣା : ଭିଜିଲାନ୍ସ ଜାଲରେ କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍ କେଶବ ମାଝୀ ପଡ଼ିଥିବା ଜଣାପଡ଼ିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ଭିଜିଲାନ୍ସ ସ୍ପେସାଲ୍ ଜଜ୍ଙ୍କ ନିର୍ଦ୍ଦେଶ କ୍ରମେ କେଶବଙ୍କ ଘରେ ଓ ଅଫିସ୍ରେ ରେଡ୍ ଚାଲିଛି । କଳାହାଣ୍ଡି ଜିଲ୍ଲାରେ ଥିବା ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହେଉଥିବା ବେଳେ ଚଢ଼ାଉରେ ୫ ଜଣ ଡିଏସ୍ପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ ନିଯୁକ୍ତ ହୋଇଥିବା କୁହାଯାଇଛି ।