୪୨ ଦିନରେ ପଦ୍ମପୁର ଜିଲ୍ଲା ଦାବୀ ଆନ୍ଦୋଳନ

  • ପଦ୍ମପୁର ବିଧାୟିକା ନେଲେ ଜିଲ୍ଲା ଗଠନ ଦାୟିତ୍ଵ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବୀକୁ ଅଗ୍ରାଧିକାର ଦେଇ ଦାୟିତ୍ଵ ନେଲି ବୋଲି କହିଲେ ନବ ନିର୍ବାଚିତ ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା । ଗତ ତିନି ଦଶଂଧି ଧରି ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପାଇଁ ଅଞ୍ଚଳବାସୀ ଦାବୀ କରି ଆସୁଥିବା ବେଳେ ହଠାତ୍ ପଦ୍ମପୁର ଦେଖିଥିବା ଉପନିର୍ବାଚନ ଏକ ପ୍ରକାର ଅଂଚଳବାସୀଙ୍କ ପାଇଁ ଜିଲ୍ଲା ଘୋଷଣାର ବାଟ ଖୋଲି ଦେଇଥିଲା । ତେବେ ଉପନିର୍ବାଚନ ସମୟରେ ପଦ୍ମପୁରକୁ ଜିଲ୍ଲା ଘୋଷଣା ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦେଇଥିବା ପ୍ରତିଶ୍ରୁତି ପରେ ଅଞ୍ଚଳରେ ଏକ ନୂତନ ଆଶାର ସଂଚାର ହୋଇଥିବା ବେଳେ, ଗତ ଉପନିର୍ବାଚନରେ ପଦ୍ମପୁରର ବିଧାୟିକା ଭାବରେ ନବ ନିର୍ବାଚିତା ଜନ ପ୍ରତିନିଧି ଶ୍ରୀମତୀ ବର୍ଷା ସିଂ ବରିହା ଆଜି ଜିଲ୍ଲା ଦାବୀ ଆନ୍ଦୋଳନ ସ୍ଥଳକୁ ପହଞ୍ଚି ଜିଲ୍ଲା ଦାବୀ କରୁଥିବା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନଙ୍କୁ ଭେଟି ଥିଲେ । ୪୨ତମ ଦିନରେ ଆନ୍ଦୋଳନ ସ୍ଥଳରେ ପଦ୍ମପୁର ସାମ୍ବାଦିକ ସଂଘର ସଦସ୍ୟମାନେ ଆନ୍ଦୋଳନର ମଙ୍ଗ ଧରିଥିବା ବେଳେ କ୍ରିୟାନୁଷ୍ଠାନ କମିଟିର ଆବାହକ ଏବଂ ସାମ୍ବାଦିକ ସଂଘର ସଦସ୍ୟମାନଙ୍କ ସହ ଆଲୋଚନା କରି ପ୍ରକାଶ କରିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କହନ୍ତି ତାହା କରନ୍ତି, ମୁଖ୍ୟମନ୍ତ୍ରୀଙ୍କ ପ୍ରତି ମୋର ବିଶ୍ୱାସ ରହିଛି, ଆମେ ସମସ୍ତେ ବିଶ୍ୱାସ କରିବା ବୋଲି କହିଥିବା ବେଳେ ଅଞ୍ଚଳର ବିକାଶ ପାଇଁ ଜିଲ୍ଲା ମାନ୍ୟତା ଅତ୍ୟନ୍ତ ଜରୁରୀ ଏବଂ ଏହା ମୋର ସର୍ବ ପ୍ରଥମ ଅଗ୍ରାଧିକାର ଜିଲ୍ଲା ମାନ୍ୟତାର ଦାୟିତ୍ଵ ନିଜେ ନେଲି ବୋଲି ଘୋଷଣା କରିଥିଲେ ।

jittmm
Leave A Reply

Your email address will not be published.