ଭବାନୀପାଟଣା ଠାରେ ସ୍ଥାୟୀ ଜୀବିକା ଓ ଜଳବାୟୁ ପରିବର୍ତ୍ତନ ଶୀର୍ଷକ କର୍ମଶାଳା ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : ଆଜି କଳାହାଣ୍ଡି ଜିଲ୍ଲା ଯୋଜନା କାର୍ଯ୍ୟଳୟର ସଭାଗୃହରେ ସ୍ତାୟୀ ଜୀବିକା ଓ ଜଳବାୟୁ ଶୀର୍ଷକ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଜିଲ୍ଲାସ୍ତରୀୟ ଅଧିକାରୀ, ବେସରକାରୀ ସଂସ୍ଥା ଗୁଡ଼ିକର ପ୍ରତିନିଧି ପଞ୍ଚାଜୟତିରାଜ ପ୍ରତିନିଧି ପୁରୁଷ ଓ ମହିଳା କୃଷକ ଓ ସମ୍ବନ୍ଧିତ ସମ୍ପ୍ରସାରଣ ଅଧିକାରୀ ମାନେ ଯୋଗ ଦେଇଥିଲେ । ଡେପୁଟି ଡାଇରେକ୍ଟର ଶ୍ରୀକାନ୍ତ ଦଳାଇ ଏହି କର୍ମଶାଳା ଉଦ୍‌ଘାଟନ କରିଥିବା ବେଳେ ଜିଲ୍ଲା ଉଦ୍ୟାନ କୃଷି ବିଭାଗର ଉପନିର୍ଦେଶକ କିଶୋର ମହାଲିଂ, ଅଣୁ ଯୋଜନା ଓ ଆଜୀବିକା ପ୍ରବୀଣ, କୁମୁଦିନୀ ମିଶ୍ର, ଡିପିଏମ, ଓଏଲ୍ ଏମ ପି କେ ମିଶ୍ର, ଶ୍ରୀଅମିତାଭ ପଣ୍ଡା କେବିକେ କୃଷି ବିଜ୍ଞାନ କେନ୍ଦ୍ର ଓ ରିଲାଇନ୍ସ ଫାଉଣ୍ଡେସନର ଦେବେନ୍ଦ୍ର କୁମାର ପଟେଲ ସମେତ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ମାନେ ନିଜ ନିଜ ମୂଲ୍ୟବାନ ମତାମତ ଦେବା ସହ ଆଗାମୀ ଦିନରେ ଜଳବାୟୁ ପରିବର୍ତ୍ତନ ଓ ଏହାର ଜୀବିକା ଉପରେ ପ୍ରଭାବକୁ କିପରି ହ୍ରାସ ଓ ନିୟନ୍ତ୍ରଣ କରାଯାଇପାରିବ ସେ ସମ୍ଭନ୍ଧରେ ବିଶଦ ଭାବେ ଆଲୋଚନା କରିଥିଲେ । ଉକ୍ତ କର୍ମଶାଳ ରିଲିଏନ୍ସ ଫାଉଣ୍ଡେସନ, ଜିଲ୍ଲା ପ୍ରଶାସନ ଓ ଦାପ୍ତା ସଂସ୍ଥା କଳାହାଣ୍ଡିର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା ।

Leave A Reply

Your email address will not be published.