pakka

ବଲାଙ୍ଗିର ପୋଲିସ ପଡିଆରେ ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ସିଜ୍‌ ଗାଡି

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସ ପଡିଆରେ ଭୟାବହ ଅଗ୍ନିକାଣ୍ଡ ଘଟି ସିଜ୍‌ ଗାଡି ଜଳି ଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗତ ଗୋଟିଏ ମାସ ତଳେ ଥାନାମାନଙ୍କରେ ପଡି ରହିଥିବା ସିଜ୍‌ ଗାଡିଗୁଡିକୁ ନିଲାମୀ କରିବା ପାଇଁ କୋର୍ଟ ତରଫରୁ ନିଷ୍ପତ୍ତି ନିଆଯାଇଥିଲା । ତେଣୁ ବିଭିନ୍ନ ଥାନାରେ ପଡି ସଢୁଥିବା ନିଜର ଗାଡିଗୁଡିକୁ ମନୋହରପୁର ରିର୍ଜଭ ପୋଲିସ ପଡିଆକୁ ଅଣାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇପାରିନାହିଁ । ଏହି ଗାଡି ଭିତରୁ ଆଜି ହଠାତ୍‌ ଏକ ଟାଟା ସୁମୋ ଗାଡିରେ ନିଆଁ ଲାଗିଯାଇଥିଲା । ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Leave A Reply

Your email address will not be published.

five × 2 =