ଜନବସତି ମଝିରେ ବିଦେଶୀ ମଦ ଦୋକାନ, ଲୋକ ହେଉଛନ୍ତି ହଇରାଣ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ଲାଠୋର ଠାରେ ଜନବସତି ମଝିରେ ମୁଖ୍ୟ ରାସ୍ତାକୁ ଲାଗି ଦୁଇ ବର୍ଷ ହେବ ଗୋଟିଏ ବିଦେଶୀ ମଦ ଦୋକାନ ଖୋଲା ଯାଇଛି । ଜନବସତି ମଝିରେ ମଦ ଦୋକାନ ହୋଇଥିବାରୁ ମଦୁଆଙ୍କ ଉତ୍ପାତ ପାଇଁ ଆଖପାଖରେ ରହୁଥିବା ଲୋକେ ହନ୍ତସନ୍ତ ହେଉଥିବାର ଜଣାପଡିଛି । ମଦ ପିଇ ପ୍ରତିଦିନ ରାସ୍ତା ଉପରେ ବିନା ଉଦ୍ଦେଶ୍ୟରେ ଅସଭ୍ୟ ଭାଷାରେ ଗାଳିଗୁଲଜ ଭଳି ପାଟି କରୁଛନ୍ତି । ଲୋକଙ୍କୁ କୂପଥ ଗାମୀ କରିବାର ମୁଖ୍ୟ ଭୂମିକା ତଥା ପୃଷ୍ଠପୋଷୋକତା ସାଜିଛି ଏହି ବିଦେଶୀ ମଦ ଦୋକାନ । ମୁଖ୍ୟ ରାସ୍ତା କଡରେ ବିଶେଷ କରି କଲେଜ ଯିବା ବାଟରେ ବିଦେଶୀ ମଦ ଦୋକାନ ଗଢି ଉଠିଥିବାରୁ ବର୍ତ୍ତମାନ ସାଧାରଣରେ ଅସନ୍ତୋଷ ଦେଖାଦେଉଛି । ପ୍ରତିଦିନ ଝିଅମାନେ କଲେଜ ଗଲା ସମୟରେ ମଦ ଦୋକାନ ଠାରେ ଜମା ହୋଇଥିବା ମଦୁଆମାନେ ଝିଅମାନଙ୍କୁ ନାନା ପ୍ରକାର ଅଶ୍ଳୀଳ ଇଙ୍ଗିତ କରୁଥିବା ଜଣାପଡିଛି । ଲୋକଲାଜ୍ୟାକୁ ଡରି କେହି ଅଭିଯୋଗ କରୁନଥିବା ଜଣାପଡିଛି । କଲେଜ ପିଲାମାନେ ଏହି ରାସ୍ତା ଦେଇ କଲେଜ ଯାଉଛନ୍ତି । କିଛି ଅସାମାଜିକ ଲୋକେ ତଥା ଗୁଣ୍ଡା ଶ୍ରେଣୀର ଲୋକେ ଏହି ବିଦେଶୀ ମଦ ଦୋକାନକୁ ସୁରକ୍ଷା ଦେଉଥିବାରୁ ଲୋକେ ପାଟି ଖୋଲିବାକୁ ଭୟ କରୁଛନ୍ତି ବୋଲି ଆଲୋଚନା ହେଉଛି । ଜନବସତି, କଲେଜ, ଧର୍ମାନୁଷ୍ଠାନ, ମୁଖ୍ୟ ରାସ୍ତା କଡ ଇତ୍ୟାଦିରେ ମଦ ଦୋକାନ ନଖୋଲିବା ପାଇଁ କଡାକଡି ନିୟମ ଥିବା ବେଳେ ଲାଠୋରର ଏହି ବିଦେଶୀ ମଦ ଦୋକାନ ଜନବସତି ମଧ୍ୟରେ ମୁଖ୍ୟ ରାସ୍ତା କଡରେ ଏବଂ ବିଶେଷତଃ କଲେଜ ନିକଟରେ ହୋଇଥିବାରୁ ଅସନ୍ତୋଷ ଜାହିର କରିଛନ୍ତି ଅଞ୍ଚଳବାସୀ । ଏନେଇ ଜିଲ୍ଲା ଅବକାରୀ ବିଭାଗ ଅଧିକାରୀଙ୍କୁ ବହୁବାର ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ପ୍ରକାର ପ୍ରତିକ୍ରିୟା ମିଳିପାରି ନାହିଁ ।

jittmm
Leave A Reply

Your email address will not be published.