କେବିବିଏ ପକ୍ଷରୁ ବଡି ବିଲଡିଂ ପ୍ରତିଯୋଗିତା

ରାୟଗଡ଼ା : କଳିଙ୍ଗ ବଡି ବିଲଡିଂ ଆସୋସିଏସନ ପକ୍ଷରୁ ରାୟଗଡ଼ା ସହରର ବିଜୁକଲ୍ୟାଣ ମଣ୍ଡପଠାରେ ବଡି ବିଲଡିଂ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଉକ୍ତ ପ୍ରତିଯୋଗିତାରେ ରାଜ୍ୟର ୧୮ ଜିଲାରୁ ପ୍ରାୟ ୨୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । ଏଥିରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ସାଂସଦ ଏନ.ଭାସ୍କର ରାଓ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମର ଆୟୋଜକ କଳିଙ୍ଗ ବଡି ବିଲଡିଂ ଆସୋସିଏସନ୍‌ର ରାଜ୍ୟ ଉପ-ସଭାପତି ମାନସ କୁମାର ସ୍ୱାଇଁ, ରାଜ୍ୟ ସମ୍ପାଦକ ସନ୍ତୋଷ ମହାନ୍ତି ଓ ଆସୋସିଏସନ୍‌ର ଅନ୍ୟାନ୍ୟ ଜିଲ୍ଲାରୁ ଆସିଥିବା କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନୟନ ପରିଷଦର ଅଧ୍ୟକ୍ଷା ଅନୂସୟା ମାଝୀ ଓ ରାୟଗଡ଼ା ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷା ଭି.ଗୌରୀ ଜୟନ୍ତୀ ଯୋଗଦାନ କରି ଖେଳାଳିଙ୍କୁ ଉତ୍ସାହିତ କରିବା ସହ ବିଜୟ ହାସଲ କରିଥିବା ଖେଳାଳିଙ୍କୁ ସମ୍ମାନିତ କରିଥିଲେ ।

ବଡି ବିଲଡିଂ ପ୍ରତିଯୋଗିତାରେ ପ୍ରାୟ ୭ଟି ଓଜନ ବର୍ଗ ପାଇଁ ୭ଟି ରାଉଣ୍ଡ ରହିଥିଲା । ଏଥିରେ ୭ଟି ଓଜନ ବର୍ଗରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଏହି ୭ଟି ଓଜନ ବର୍ଗରେ ଚମ୍ପିୟାନ ରହିଥିବା ଖେଳାଳିଙ୍କୁ ନେଇ ଚମ୍ପିୟାନ ରାଉଣ୍ଡ କରାଯାଇଥିଲା । ଉକ୍ତ ଚାମ୍ପିୟନ ଅଫ ଦ ଚାମ୍ପିୟନ ରାଉଣ୍ଡରେ କଟକ ଜିଲ୍ଲାର ଲକି ଦାସ ଚାମ୍ପିୟନ ହୋଇଥିଲେ । ଚାମ୍ପିୟନ ହୋଇଥିବା ଲକି ଦାସଙ୍କୁ ଟ୍ରଫି , ଜିମ କିଟ୍ ଏବଂ ୧୭ ହଜାର ଟଙ୍କା ନଗଦ ରାଶି ପୁରସ୍କାର ସ୍ୱରୂପ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ରାୟଗଡ଼ା ଜିଲା ବଡ଼ି ବିଲଡ଼ିଂ ଆଣ୍ଡ ଫିଟନେସ୍ ଆସୋସିଏସନ ସଭାପତି ମନୋଜ କୁମାର ସ୍ୱାଇଁ, ଉପସଭାପତି ଶିବ ପ୍ରସାଦ ଦାଶ, ସାଧାରଣ ସଂପାଦକ ଦୀପୁ ମାଝି ଏବଂ କର୍ମକର୍ତ୍ତା ପରିଚାଳନା କରିଥିଲେ ।

Leave A Reply

Your email address will not be published.