jayashree

ରାଜ୍ୟ ସରକାରଙ୍କ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ୩ ଶିଶୁ

ଜୟପାଟଣା : ଜୟପାଟଣା ବ୍ଲକ ବାନେର ପଞ୍ଚାୟତ କାଦୋପଦର ଗାଁର ୩ ଜଣ ଅସହାୟ ଶିଶୁ ରାଜ୍ୟ ସରକାରଙ୍କ ଅଭିନବ ଯୋଜନା ଆଶୀର୍ବାଦ ଯୋଜନାରେ ସାମିଲ ହୋଇଥିବା ଜଣାପଡିଛି । ଏହି ୩ ଜଣ ଶିଶୁଙ୍କୁ ମାସିକ ଜଣଙ୍କ ପିଛା ୧୫୦୦ ଟଙ୍କା ମିଳିବ । ଏହିସବୁ ସହାୟତା ରାଶି ସିଧା ସଳଖ ଶିଶୁମାନଙ୍କ ମା’ଙ୍କ ବ୍ୟାଙ୍କ ଖାତାରେ ଡିପୋଜିଟ ହେବ । ସୂଚନା ଅନୁସାରେ, କାଦୋପଦର ଗାଁର ରବି କଟା ସ୍ତ୍ରୀ ଭୂମିସୁତା କଟା ଓ ୩ ଶିଶୁ ଜିତେନ୍ଦ୍ର, ଚିନ୍ମୟୀ, ଦିଶାଙ୍କୁ ନେଇ ବେଶ ଖୁସିରେ ରହୁଥିଲେ । କିନ୍ତୁ ଗତବର୍ଷ କରୋନା ସମୟରେ ରବିଙ୍କ ଦେହାନ୍ତ ହୋଇଥିଲା । ଫଳରେ ପରିବାର ଅସହାୟ ହୋଇପଡିଲା । ପରେ ସରପଞ୍ଚଙ୍କ ଉଦ୍ୟମ କ୍ରମେ ଭୂମିସୁତାଙ୍କୁ ବିଧବା ଭତ୍ତା ମିଳିଲା । କିନ୍ତୁ ରାଜ୍ୟ ସରକାରଙ୍କ ଏହି ଅଭିନ । ଆଶୀର୍ବାଦ ଯୋଜନା ବିଷୟରେ ସେମାନେ ଜାଣି ନଥିଲେ । ଏହି ପରିବାର ବିଷୟରେ ଜୟପାଟଣାର ତୁଲାରାମ ରଣା ସ୍ୱେଚ୍ଛାସେବୀ ଯଶୋବନ୍ତ ରଣାଙ୍କୁ ଜଣାଇଥିଲେ । ଏହି ପରିବାର ବିଷୟରେ ଜାଣିବା ପରେ ଶ୍ରୀ ରଣା ସେମାନଙ୍କ ସହ ଫୋନ ଯୋଗେ କଥା ହୋଇ ଆଶୀର୍ବାଦ ଯୋଜନା ବିଷୟରେ ଜଣାଇଥିଲେ ଓ ସେମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟକୁ ଆସିବାପାଇଁ କହିଥିଲେ । କିଛିଦିନର ବ୍ୟବଧାନରେ ଭୂମିସୁତା ନିଜର ତିନୋଟି ଶିଶୁଙ୍କୁ ଧରି ଡିସିପିଓ ଅଫିସ ଆସିଥିଲେ । ସେଠାରେ ତିନୋଟି ଶିଶୁଙ୍କୁ ରାଜ୍ୟ ସରକାରଙ୍କ ଆଶୀର୍ବାଦ ଯୋଜନାରେ ସାମିଲ କରାଯାଇଥିଲା । ଆସନ୍ତା ମାସ ଠାରୁ ସେମାନଙ୍କ ଅର୍ଥରାଶି ଭୂମିସୁତାଙ୍କ ବ୍ୟାଙ୍କ ଖାତାକୁ ସିଧା ସଳଖ ଯିବ । ଏହି ଯୋଜନା ବିଷୟରେ ଜଣାଇ ସେମାନଙ୍କ ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିଥିବାରୁ ଭୂମିସୁତା ସ୍ୱେଚ୍ଛାସେବୀ ଯଶୋବନ୍ତ ରଣାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.