ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପୁରୁଣା ରିଜର୍ଭ ପୋଲିସ ଲାଇନ ନିକଟରେ ୬୦ ଜଣ ରହିବା ବାସସ୍ଥଳି ବିଶିଷ୍ଟ ନୂତନ ପୁରୁଷ ବ୍ୟାରେକ ଗୃହ ଆପାର୍ଟମେଣ୍ଟର ଆନୁଷ୍ଠାନିକ ଭାବେ ଗୁରୁବାର ଉଦ୍ଘାଟନ ହୋଇଯାଇଛି । ଏହାକୁ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦ୍ଘାଟନ କରିବା ସହ ସମ୍ମାନିତ ଅତିଥି ରୂପେ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରାଏ ଯୋଗ ଦେଇଥିଲେ । ଏହି ତିନି ମହଲା ବିଶିଷ୍ଟ କୋଠାକୁ ଓଡିଶା ରାଜ୍ୟ ଗୃହ ନିର୍ମାଣ ନିଗମ ଦ୍ୱାରା କାର୍ଯ୍ୟ କରାଯାଇଥିବା ବେଳେ ଏହାର ଅଟକଳ ମୂଲ୍ୟ ୧ କୋଟି ୬୧ ଲକ୍ଷ ରହିଛି । ଏହି କାର୍ଯ୍ୟକ୍ରମ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପି.କେ ଦଳାଇ, ଛତ୍ରପୁର ଏସ୍ଡ଼ିପିଓ ଗୌତମ କିସାନ, ଆସିଷ୍ଟାଣ୍ଡ କାମାଣ୍ଡେଣ୍ଟ ମାନସ ରଂଜନ ମହାନ୍ତି, ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ସମେତ ବହୁ ପୋଲିସ ଅଧିକାରୀ, କନେଷ୍ଟବଳ ଓ ଗୃହରକ୍ଷୀ ମାନେ ଉପସ୍ଥିତ ରହି ସକ୍ରୀୟ ଅଂଶଗ୍ରହଣ କରିଥିଲେ ।
Next Post