csstore

ଫଲଗୁ ସାହିତ୍ୟ ସଂସଦ ପକ୍ଷରୁ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରସ୍ଥ ଫଲଗୁ ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ସ୍ମୃତିଚାରଣ ଶନିବାର ସନ୍ଧ୍ୟାରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସ୍ୱର୍ଗତ ଆଚାର୍ଯ୍ୟ ଜଣେ ଗୁଣମୁଗ୍ଧ ସାହିତ୍ୟ ପ୍ରେମୀ ଓ ଶିକ୍ଷାବିତ୍ କବି, ଲେଖକ ତଥା ସାହିତ୍ୟିକ ଥିଲେ ବୋଲି ଉକ୍ତ ମହଲରେ ଗଣନା କରାଯାଇଛି । ସଭାପତି ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀଙ୍କ ସଭାପତିତ୍ୱରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଫେସର ମେଜର ରମା ରମଣ ପାଢ଼ୀ, ପ୍ରଫେସର ମନ୍ମଥ ପାଢ଼ୀ, ପ୍ରଫେସର ସନ୍ତୋଷ କୁମାର ଦାଶ, ଡ଼. ବିଦ୍ୟୁତ୍ ପ୍ରଭା ସାହୁ, ଡ଼. ବ୍ରଜ ମୋହନ ସାସମଲ ପ୍ରମୁଖ ମଞ୍ଚାସୀନ ଥିଲେ । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାକୁ ସମ୍ପାଦକ ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିଲେ । କବି କୃଷ୍ଣ ଚନ୍ଦ୍ର ତ୍ରିପାଠୀ ଡ଼. କୁଳମଣି ଓଝା, ଡ଼. ପ୍ରଫୁଲ୍ଲ କୁମାର ମହାନ୍ତି, ପଦ୍ମିନୀ ମିଶ୍ର, ରମେଶ ଚରଣ ତ୍ରିପାଠୀ ସୁରେଶ୍ କୁମାର ମହାପାତ୍ର, ଡ଼. ସୂଚନା ପାଢ଼ୀ, ଡ଼. ବ୍ରଜମୋହନ ସାସମାଲ, ଅମିତା ମିଶ୍ର, ପ୍ରମୋଦ କୁମାର ପଣ୍ଡା, ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ସ୍ମୃତିଚାରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ ଦୀନବନ୍ଧୁ ଶ୍ରୀ ପଲ୍ଲବ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.