csstore

ବିଶ୍ଵ ଭିନ୍ନକ୍ଷମ ଦିବସ ଉପଲକ୍ଷେ ମାହେଶ୍ଵରୀ ସଙ୍ଗଠନ ପକ୍ଷରୁ ନିଆରା ପ୍ରୟାସ

  • ଭିନ୍ନକ୍ଷମଙ୍କ ଘରକୁ ଯାଇ ଶୁଭେଚ୍ଛା ଜଣାଇଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାହେଶ୍ଵରୀ ଅନୁଷ୍ଠାନ ପକ୍ଷରୁ ଏକ ନିଆରା ଢଙ୍ଗରେ ଭିନ୍ନକ୍ଷମମାନଙ୍କ ସହ ମିଶି ସୁଖ ଦୁଃଖର କଥା ଆଲୋଚନା କରି ନିଆରା ପ୍ରୟାସ କରିଛନ୍ତି । ନିଜର ମନକୁ ଦୁର୍ବଳ ନ ଭାବି ସାମାଜିକ କାର୍ଯ୍ୟରେ ଜଡିତ ରହୁଛନ୍ତି । ଅନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ ପାୟଲ ନାଗ, ଆର୍ତ୍ତତ୍ରାଣ ମିଶ୍ର, ଦୁଃଖୀ ଶ୍ୟାମ ଷଡ଼ଙ୍ଗୀ, ନନ୍ଦ ବାବୁ, ମାୟା ନାୟକଙ୍କୁ ପୁଷ୍ପ ଏବଂ ଉତ୍ତରୀୟ ଦେଇ ସମ୍ମାନିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମାହେଶ୍ଵରୀର ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ, ସଭାପତି ଶୋଭନ ଅଗ୍ରୱାଲ, ସଂଯୋଜକ ସୌମ୍ୟ ରଞ୍ଜନ ପଣ୍ଡା, କ୍ରୀତିକା ଅଗ୍ରୱାଲ, ସୁଷମା ବହିଦାର, ପ୍ରବୀଣ ବହିଦାର, କରଣ ବେହେରା, ବିଷ୍ଣୁପ୍ରିୟା ପାଣି, ବର୍ଷା ସିଂହ, ସ୍ୱାଗତ ଦାସ, ସୋମନାଥ ଘିବେଲା ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.