csstore

ବିଫଳତାର ସୋପାନରେ ସଫଳତାର ସ୍ପନ୍ଦନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସେ ନିଜେ ନିଜର ଇତିହାସକୁ କହିଥାନ୍ତି, ‘ବିଫଳତାର ସୋପାନରେ ସଫଳତାର ସ୍ପନ୍ଦନ’।କଣ୍ଟାବାଞ୍ଜି ମାଟିରେ ପଲ୍ଲବିତ ଏଇ ମଣିଷ ମେଟ୍ରିକ ପାସ କଲାପରେ ମହାବିଦ୍ୟାଳୟରେ ପାଦ ପକାଇବାର ସୁଯୋଗ ପାଇ ନଥିଲେ ସୁଦ୍ଧା ସମୟଚକ୍ରରେ ଗୋଟିଏ ପରେ ଗୋଟିଏ ଏପରି ନଅ ଗୋଟି ବିଶ୍ୱବିଦ୍ୟାଳୟର ବିଭିନ୍ନ ଜାତୀୟ, ଆନ୍ତର୍ଜାତୀୟ ସେମିନାର ତଥା ସମ୍ମିଳନୀରେ ତାଙ୍କରି ସଂପୃକ୍ତି ରହିଆସିଛି । ଆନନ୍ଦର ବିଷୟ ଏହିକି ଯେ, ଚଳିତ ମାସ ଡିସେମ୍ବର ୨ ଓ ୩ ତାରିଖ ଦୁଇଦିନ ଧରି ନୂଆରାୟପୁର ସ୍ଥିତ କଳିଙ୍ଗ ବିଶ୍ୱବିଦ୍ୟାଳୟ, ଛତିଶଗଡ଼ର ଆନ୍ତର୍ଜାତିକ ସମ୍ମିଳନୀରେ ନିମନ୍ତ୍ରଣ କ୍ରମେ ଯୋଗଦାନ କରିଥିଲେ । ଏଣୁ ବଲାଙ୍ଗିର ଜିଲ୍ଲାର ଶିଶୁ ସାହିତ୍ୟିକ ମହଲରୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଛି । ସେହି ନିଆରା ମଣିଷ ହେଉଛନ୍ତି ବରିଷ୍ଠ ଶିଶୁ ସାହିତ୍ୟିକ ଗବେଷକ ଡକ୍ଟର ଯୁଗଳ କିଶୋର ଷଡ଼ଙ୍ଗୀ ଏକ ଅନନ୍ୟ ବ୍ୟକ୍ତିତ୍ୱର ପରିଚୟ ।

jayashree
Leave A Reply

Your email address will not be published.