centurian jitm

ରିଂ ରୋଡ ବିଏସ୍‌ଏନ୍‌ଏଲ୍‌ ଛକ – ଡିଏଭି ପଲିଟେକନିକ ଛକ ସଂଯୋଗ କେବେ ?

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ଆନ୍ତର୍ଜାତୀୟ ହକି ମ୍ୟାଚ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରାଉରକେଲା ସ୍ମାର୍ଟ ସିଟିକୁ ଚକାଚକ୍ କରାଯାଉଛି । ରାସ୍ତା ନିର୍ମାଣ, ପାର୍କ ଗୁଡିକର ବିକାଶ କରାଯାଉଛି । କିନ୍ତୁ ବିଏସ୍‌ଏନ୍‌ଏଲ୍‌ ଛକରୁ ସ୍ମାର୍ଟ ସିଟି ଷ୍ଟେସନର ଦ୍ୱିତୀୟ ପ୍ରବେଶ ପଥ ରେଳବାଇ କଲୋନୀ ବାସନ୍ତୀ କଲୋନୀ ଦେଇ ଡିଏଭି ଛକ ଯାଏଁ ପ୍ରଶସ୍ତିକରଣ ୪ ଥାକିଆ ରାସ୍ତା କାମ ଏକ ପ୍ରକାର ଠପ୍ ହୋଇଯାଇଛି । ହକି ପାଇଁ ରାଜ୍ୟର ବିଭିନ୍ନ ଅଂଚଳରୁ ତଥା ରାଞ୍ଚି ଓ ଟାଟାରୁ ଟ୍ରେନ ଯୋଗେ ବହୁ ଦର୍ଶକ ଏଠାକୁ ଆସିବାକୁ ଆଶାୟୀ । ଏମାନେ ମୁଖ୍ୟତଃ ଉପରୋକ୍ତ ସିଧାସଳଖ ରାସ୍ତାରେ ଯାତାୟତ କରିବେ ବୋଲି ଦୀର୍ଘ ମାସ ଧରି ଉପରୋକ୍ତ ରାସ୍ତା କାମ କରାଯାଉଥିଲା । ଏବେ ମାସେ ହେବ ଏହା ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାକୁ ହକି ମ୍ୟାଚ ପୂର୍ବରୁ ସଂପୂର୍ଣ୍ଣ କରି ଖେଳାଳି ତଥା ଦର୍ଶକ ମାନଙ୍କ ପାଇଁ ଖୋଲାଯିବାକୁ ସ୍ଥାନୀୟ ରେଳ ଓ ସଡକ ଉପଯୋଗକାରୀ ସଂଘର ସଭାପତି ଇଂ ଉତ୍ତମ କୁମାର ସାମଲ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି । ଏହାସହ କରୋନା ପୂର୍ବରୁ ପ୍ରଚଳିତ ଟ୍ରେନ ଗୁଡିକୁ ପୁନରାୟ ଚଳାଚଳ କରାଯିବା ସହିତ ପ୍ରସ୍ତାବିତ ଭୁବନେଶ୍ୱର ପଟୁ ଦ୍ୱିତୀୟ ଇଣ୍ଟରସିଟି ଏକ୍ସପ୍ରେସ୍ ପ୍ରଚଳିତ କରାଯିବାକୁ ଅନୁଷ୍ଠାନ ତରଫରୁ ରେଳ କର୍ତ୍ତୃପକ୍ଷଙ୍କୁ ଆବେଦନ କରାଯାଇଛି ।

Leave A Reply

Your email address will not be published.