କର୍ଲାମୁଣ୍ଡା ମିଲେଟ ମିଶନ ପ୍ରକଳ୍ପର ସମନ୍ୱୟ ବୈଠକ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଆତ୍ମା ସଭାଗୃହ ଠାରେ କର୍ଲାମୁଣ୍ଡା ବ୍ଲକ ମିଲେଟ ମିଶନ କାର୍ଯ୍ୟକାରୀ ଅନୁଷ୍ଠାନ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ଓ ଜୟ ଥୁଆମୂଲରାମପୁର ଅର୍ଗାନିକ ଫାର୍ମର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ର ଏକ ସମନ୍ୱୟ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରକଳ୍ପ କାର୍ଯ୍ୟକାରୀ ଅନୁଷ୍ଠାନର ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ଜଗଦୀଶ ପ୍ରସାଦ ରଣା, ଅତିରିକ୍ତ ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ କୁମାର ସାହୁ, ସିବିଓର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅରମାନ ପ୍ରସାଦ ମିଶ୍ର, ମାନସ ରଞ୍ଜନ ଗହୀର, ଏଏଓ ଅରୁଣ ଚନ୍ଦ୍ର ପାଢ଼ୀ, ମିଶନ ଶକ୍ତି ବ୍ଲକ ବିପିଏମ୍ ବିପିନ କୁମାର ବାରିକ ପ୍ରମୁଖ ଯୋଗ ଦେଇ ଆମେ ସମସ୍ତେ ଏକଜୁଟ ହେବା ସହ ପରସ୍ପର ସହଯୋଗରେ ସରକାରଙ୍କ ମିଲେଟ ମିଶନ ଯୋଜନାକୁ ସଫଳ କରିବା ପାଇଁ ଆଗେଇ ଆସିବାକୁ ହେବ ବୋଲି ମତ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସିଆରପି ପ୍ରବୀଣ ଭୋଇ, ବାଲ୍ମୀକି ଛତ୍ରିଆ, ଭାନୁମତି ପ୍ରଧାନ, ଜୀବର୍ଦ୍ଧନ ସାହୁ, ଶ୍ରଦ୍ଧାଞ୍ଜଳି ବାଗ ଓ ସମସ୍ତ ଗ୍ରାମ୍ୟକୃଷି କର୍ମୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.