୫ରେ ପଦ୍ମପୁରରେ ସରକାରୀ ଛୁଟି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନର ମତଦାନ ହେବାକୁ ଥିବାବେଳେ ଉକ୍ତ ଦିନ ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ସରକାରୀ ଛୁଟି ଘୋଷଣା ହୋଇଛି । ଏହି ଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ, କୋର୍ଟ ଆଦି ବନ୍ଦ ରହିବ ବୋଲି ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ଯେ, ଡିସେମ୍ବର ୫ ତାରିଖରେ ଉପନିର୍ବାଚନ ହେବାକୁ ଥିବାରୁ ମତଦାନ ପାଇଁ ଯେଉଁ ସରକାରୀ, ବେସରକାରୀ କର୍ମଚାରୀ ଛୁଟି ନେବେ ତାଙ୍କୁ ସବୈତନିକ ଛୁଟି ମିଳିବ । ଏହା ଯେପରି ଠିକ୍‌ ଭାବେ ପାଳନ ହେବ ସେଥିପାଇଁ ପଦକ୍ଷେପ ନେବାକୁ ଭାରତ ନିର୍ବାଚନ ଆଯୋଗଙ୍କ ସଚିବ ସଂଜୀବ କୁମାର ପ୍ରସାଦ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଚିଠି ଲେଖିଛନ୍ତି ।

Leave A Reply

Your email address will not be published.

error: Content is protected !!