csstore

ସ୍ଥାୟୀ ନିଯୁକ୍ତି ଦାବୀରେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ଶାନ୍ତିପୂର୍ଣ୍ଣ ଧାରଣା

ସମ୍ବଲପୁର, (ଦାମୋଦର ପଣ୍ଡା) : ଏନଏଲସି ସମେତ ପଶ୍ଚିମାଞ୍ଚଳର ବିଭିନ୍ନ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବୀରେ ସମ୍ବଲପୁର ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି । ପଶ୍ଚିମାଞ୍ଚଳ ଏକତା ମଞ୍ଚର ସମ୍ବଲପୁର ଜିଲ୍ଲା ଶାଖାର କାର୍ୟ୍ୟକ୍ରମ ସଂଯୋଜକ ନିଶିକାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ମୁଖ୍ୟ କାର୍ୟ୍ୟକ୍ରମ ସଂଯୋଜିକା ଗୀତାରଣୀ ପଣ୍ଡା, ଭାଷା ସାହିତ୍ୟ ସଂଯୋଜିକା ପଙ୍କଜିନୀ ମେହେର, ମହିଳା ସଂଯୋଜିକା କାନ୍ତି ମେହେର, ଧନକଉଡା ବ୍ଲକ ଉପାଧକ୍ଷା ସୁଷମା ସାହୁ, ଯୁବ ସଂଯୋଜକ ଦେବାଶିଷ ବେହେରା, ତୃପ୍ତିମାୟୀ ପଣ୍ଡା, ରାହୁଲ ଗୁପ୍ତା, ଆଭାସ ପଣ୍ଡା, ଶୁଭମ ନାଥ, ସୁରଜ ତ୍ରିପାଠୀ, ଟିକୁ ବାଗ, ଆତିଶରତ୍ନ ବୋହିଦାର, ସୁବ୍ରତ କୁମାର ବିର୍ତ୍ତିଆ, ଭବାନୀ ଶଙ୍କର ପ୍ରଧାନ, ପଶ୍ଚିମାଞ୍ଚଳ ଏକତା ମଞ୍ଚର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ପ୍ରମୁଖ ସାମିଲ ଥିଲେ ।

jayashree
Leave A Reply

Your email address will not be published.