oom

ମା’ ସମଲେଶ୍ୱରୀ ରୋଷେୟା ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

jsmm

ବଲାଙ୍ଗିର,(ଦେବାଶିଷ ମିଶ୍ର) : ବଲାଙ୍ଗିରର ମା’ ସମଲେଶ୍ୱରୀ ରୋଷେୟା ସଂଘର ସଦସ୍ୟମାନେ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କୁ ଭେଟି ରୋଷେୟାମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ସଂଘର ସଂଯୋଜକ ବିଶ୍ୱମୟ ପୂଜାରୀ ଓ ସଭାପତି ବସନ୍ତ ତ୍ରିପାଠୀଙ୍କ ନେତୃତ୍ୱରେ ସଂଘର ସଦସ୍ୟମାନେ କରୋନା କଟକଣା ଯୋଗୁଁ ଅନେକ ଅସୁବିଧାର ସମ୍ମୁଖୀନ ହେଇଥିବା ବେଳେ ତାଙ୍କର ଆର୍ଥିକ ସ୍ଥିତି ଦୟନୀୟ ହୋଇପଡିଥିବା ଦର୍ଶାଇଛନ୍ତି । ରୋଷେୟାମାନେ ସାଧାରଣତଃ ବିବାହ, ବ୍ରତ, ମୃତାହ ତଥା ପର୍ବପର୍ବାଣିରେ ରନ୍ଧନ କାର୍ଯ୍ୟ କରି ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି । କିନ୍ତୁ ଗତ ମାର୍ଚ୍ଚ ମାସରୁ କରୋନା କଟକଣା ଯୋଗୁଁ ସେମାନଙ୍କ ବୃତ୍ତି ସମ୍ପୁର୍ଣ୍ଣ ବନ୍ଦ ହୋଇ ଯାଇଥିବା ବେଳେ ଆୟର ଏକମାତ୍ର ପନ୍ଥା ଠପ୍‌ ହୋଇପଡିଛି । ଫଳରେ ଦୈନନ୍ଦିନ ଖର୍ଚ୍ଚ ତଥା ଘରଭଡା ଦେବା ପାଇଁ ମଧ୍ୟ ସେମାନେ ଅସମର୍ଥ ହୋଇ ପଡିଛନ୍ତି । ଯାହା କିଛି ସଂଚୟ ଥିଲା ତାହା ଖର୍ଚ୍ଚ ହୋଇଯିବା ପରେ ଧାର କରଜ କରି ଘର ଚଳୁଛି । ଏଭଳି ଅବସ୍ଥାରେ ରୋଷେୟାମାନେ କାଳାତିପାତ କରିବାକୁ ବାଧ୍ୟ ହେଉଛନ୍ତି । କରୋନା କାଳରେ ରୋଷେୟାମାନଙ୍କ ଦୁର୍ବିସହ ଜୀବନ ଜୀବିକାକୁ ହୃଦୟଙ୍ଗମ କରି ଓଡିଶା ସରକାର କିଛି ସହାୟତା ପ୍ରଦାନ ନ କଲେ, ରୋଷେୟାମାନେ ପରିବାରର ଭରଣ ପୋଷଣ କରିବାରେ ସମର୍ଥ ହୋଇପାରିବେ ନାହିଁ । ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ରୋଷେୟାମାନଙ୍କ ସମସ୍ୟାକୁ ସହୃଦୟତାର ସହ ନେଇ ଯଥାଶୀଘ୍ର ବିଚାର କରି ସହାୟତାର ହାତ ବଢାଇବେ ବୋଲି ସଂଘର ସଦସ୍ୟମାନେ ଆଶା ପ୍ରକଟ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ସଂଘର ଉପସଭାପତି ଆଦିକନ୍ଦ ରଥ, ସଂପାଦକ ଗୋକୁଳା ମିଶ୍ର, କୋଷାଧକ୍ଷ୍ୟ ଗଦାଧର ପଣ୍ଡା, ରମେଶ ଚନ୍ଦ୍ର ମିଶ୍ର, ରମାକାନ୍ତ ମିଶ୍ର, ଗିରିଶ ଚନ୍ଦ୍ର ମିଶ୍ର, ସୁମନ୍ତ ଦାଶ, ବାଲ୍ମୀକି ଦାଶ, ବିପ୍ର ମିଶ୍ର, ରଞ୍ଜନ ମିଶ୍ର, ଗୋବର୍ଦ୍ଧନ ହୋତା ଓ ମାର୍କଣ୍ଡ ତ୍ରିପାଠି ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.