ଭାଲୁମୁଣ୍ଡାରେ ୨୫ତମ କୁମାର ଲୋକ ମହୋତ୍ସବ ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଗାଁରେ ରାଇଜିଙ୍ଗ ଷ୍ଟାର ୟୁଥ ମାସ କ୍ଲବ ପକ୍ଷରୁ ୨୫ତମ କୁମାର ଲୋକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମେ ମଞ୍ଚ ପୂଜା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ଅନୁଷ୍ଠାନର ସଭାପତି ଡ଼ମ୍ବରୁଧର ମେହେରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀ, ସମ୍ମାନୀୟ ଅତିଥି ଭାବେ ଭାଲୁମୁଣ୍ଡା ସରପଞ୍ଚ ରଞ୍ଜିତା ମେହେର, ସମାଜସେବୀକା ସନ୍ତୋଷିନି ସୁନାନୀ, କଣ୍ଟାବାଞ୍ଜି ଅର୍ଗସ ପ୍ରତିନିଧି ତଥା ଯୁବ ସାମ୍ବାଦିକ ହୁଲେଶ୍ୱର ହଂସ, ଭାଲୁମୁଣ୍ଡା ସରପଞ୍ଚଙ୍କ ପ୍ରତିନିଧି ବସନ୍ତ ମେହେର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ଏହି ଅନୁଷ୍ଠାନ ପକ୍ଷରୁ ପ୍ରୟାସ କରାଯାଛଛି ବୋଲି ମତ ପ୍ରକାଶ କରିଥିଲେ । କଳା ଓ କଳାକାରଙ୍କ ମହାମିଳନ ହୋଇଥିବା ନେଇ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ମନୋଜ ମେହେର ସଭା ସଂଯୋଜନା କରିଥିଲେ । ଏହି କୁମାର ଲୋକ ମହୋତ୍ସବରେ ଚମାର ମେହେର ଉଚ୍ଚ ବିଦ୍ୟାଳୟ ବଙ୍ଗୋମୁଣ୍ଡା, ନ୍ୟୁ ଲାଇଭ ଡ୍ୟାନ୍ସ ଗୃପ ଟିଟିଲାଗଡ, ସୁରଭି ଡ୍ୟାନ୍ସ ଗୃପ ବଙ୍ଗୋମୁଣ୍ଡା, ସରସ୍ୱତୀ ଶିଶୁ ମନ୍ଦିର ଭାଲୁମୁଣ୍ଡା, ସୃଜନ ସଙ୍ଗୀତ ସ୍କୁଲ କଣ୍ଟାବାଞ୍ଜି, ଘୁମୁରା ଦଳ କୁସମଲ, ଭାରତୀ ଏଣ୍ଡ ଭାଗ୍ୟଶ୍ରୀ ଗୃପ ଭାଲୁମୁଣ୍ଡା, ସରକାରୀ ଏମ୍‌ଇ ସ୍କୁଲ ଭାଲୁମୁଣ୍ଡା, ଢାପ୍ କନାନ୍ ନୃତ୍ୟୁ ମୁରିବାହାଲ, ରୋହନ ଡ୍ୟାନ୍ସ ଗୃପଙ୍କ ସହ ବହୁ ସାଂସ୍କୃତିକ ଦଳ ମାନଙ୍କ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକ ମାନେ ଉପଭୋଗ କରିଥିଲେ । ଉପସଭାପତି ତୁଲାରାମ ମେହେର, ସମ୍ପାଦକ ରଘୁନାଥ ମେହେର, ସହ ସମ୍ପାଦକ ହେମନ୍ତ ମେହେର, କୋଷାଧ୍ୟକ୍ଷ ଝସକେତନ ମେହେର ,ରିଙ୍କୁ ମେହେର, ବିନୋଦ ମେହେର, କୂଳଦୀପ ସାହୁ, ହିରାଲଲ ମେହେର, ପର୍ଶୁରାମ ମେହେର, କମଳ ମେହେର, ପ୍ରଶାନ୍ତ ମେହେର, ନୀଳ ମେହେର, ପୁସ୍ତମ ମେହେର ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ । ଆସନ୍ତା ୧୭ ତାରିଖ ଦିନ ଏହି କାର୍ଯ୍ୟକ୍ରମ ଉଦ୍‌ଯାପିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି । ଶାନ୍ତି ଶୃଙ୍ଖଳା ପାଇଁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

three × 2 =