jsm

କଳାହାଣ୍ଡିରେ ରାଜ୍ୟ ଏକ୍ସକ୍ୟାଡର ମହାସଂଘର ସାଂଗଠନିକ ବୈଠକ

csstore

କଳାହାଣ୍ଡି, (ପି.କେ. ସାହୁ) : ରାଜ୍ୟ ପ୍ରାଥମିକ ଶିକ୍ଷକ(ଏକ୍ସକ୍ୟାଡର) ମହାସଂଘର ଏକ ସାଂଗଠନିକ ବୈଠକ ଭବାନୀପାଟଣା ଠାରେ କଳାହାଣ୍ଡି ଜିଲ୍ଲା ସଭାପତି ସୁବ୍ରତ ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସଭାପତି ଶରତ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କଳାହାଣ୍ଡି ଜିଲ୍ଲା ସଂପାଦକ ତଥା ରାଜ୍ୟ ସାଧାରଣ ସଂପାଦକ ପ୍ରଶାନ୍ତ ଖମାରୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ କାର୍ଯ୍ୟକାରୀ ସଭାପତି ଜୟନ୍ତୀ ଲାଲ ସାହୁ, ମହାସଚିବ ହନେସ ପାତ୍ର ବାଗ, କୋଷାଧ୍ୟକ୍ଷ ବିଜୟ ମିଶ୍ର, ଉପସଭାପତି ସୁରେନ୍ଦ୍ର ମଲ୍ଲିକ, ରାଜୀବ ଲୋଚନ ପ୍ରଧାନ, ସପ୍ତମ କିଶୋର ବେହେରା, ଉମେଶ ଭୋଇ, ମିନତୀ ମିଶ୍ର, ବିଷ୍ଣୁ ଚରଣ ପଣ୍ଡା, ଅମୂଲ୍ୟ ପାତ୍ର, ସାଂଗଠନିକ ସମ୍ପାଦକ ଗଙ୍ଗା ନାରାୟଣ ପାଢ଼ୀ, ଗଣମାଧ୍ୟମ ସଂଯୋଜକ ରଂଜୁ ଅମାତ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିବା ବେଳେ ସଂଘର ବିଚାରଧାରାରେ ସାମିଲ ହୋଇ ନୂଆପଡା ସଭାପତି ତଥା ଅଲେଖ ସାହୁ ନିଜକୁ ସଂଘ ସହିତ ସାମିଲ କରିବାକୁ ଘୋଷଣା କରିଥିବା ବେଳେ ଅନ୍ୟତମ ସଂଗଠକ ଯାଜପୁରର ଅମୀୟ ବରାଳ, କେନ୍ଦ୍ରାପଡା ଜିଲ୍ଲା ସଭାପତି ଆଲୋକ ଡି ରାୟ, ଅନୁଗୁଳ ଜିଲ୍ଲାର ସଂଗଠକ ସୁଶାନ୍ତ ଜ୍ୟୋତିଷ, ଶଶୀଭୂଷଣ ପ୍ରଧାନ ପ୍ରମୁଖ ଯୋଗଦେଇ ରାଜ୍ୟ ମହାସଙ୍ଘକୁ ସୁଦୃଢ କରିବାକୁ ପ୍ରତିବଦ୍ଧ ବୋଲି କହିଥିଲେ । ଆଗାମୀ ୨୭ ଡିସେମ୍ବରରେ ମହାସଂଘ ୮ ଦଫା ଦାବୀ ନେଇ ଭୁବନେଶ୍ୱରରେ ରାଜରାସ୍ତାକୁ ଓହ୍ଲାଇବାକୁ ଉପସ୍ଥିତ ଶିକ୍ଷକ ନେତା ମାନେ ଦୃଢ଼ ପ୍ରତିଜ୍ଞ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ରାୟଗଡା, ନବରଙ୍ଗପୁରରୁ ଏକ ହଜାରରୁ ଅଧିକ ଏକ୍ସକ୍ୟାଡର ଓ ଗଣ ଶିକ୍ଷକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ କଳାହାଣ୍ଡି ଜିଲ୍ଲାର ଅନୀଲ ପଟ୍ଟନାୟକ, ଗଗନ ବିହାରୀ ପଟ୍ଟନାୟକ, କୈଳାସ ବିଶି, ଈଶ୍ୱରୀ ପ୍ରସାଦ ଅଗସ୍ତି, ଅଜିତ ଦାସ, ସସ୍ମିତା ବାଘ, ପ୍ରମିଳା ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ସାଧାରଣ ସଂପାଦକ ପ୍ରଶାନ୍ତ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.