ଖ୍ରୀଷ୍ଟୀୟ ଉଦ୍ଦୀପନା ସଭାରେ ଯୋଗଦେଲେ ବିଧାୟକ ନରସିଂହ ମିଶ୍ର

  • ପ୍ରତ୍ୟେକ ଧର୍ମର ଲକ୍ଷ୍ୟ ଶାନ୍ତି, ମୈତ୍ରୀ ଓ ସଦ୍‌ଭାବନା ହେବା ଆବଶ୍ୟକ- ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାରା ପୃଥିବୀର ନଦୀ ଯେପରି ସମୁଦ୍ରରେ ଯାଇ ଲୀନ ହୋଇଥାନ୍ତି ସେପରି ସବୁ ଧର୍ମର ଲକ୍ଷ୍ୟ ଉଦ୍ଦେଶ୍ୟ ଗୋଟିଏ ବିନ୍ଦୁରେ ଲୀନ ହୋଇଥାଏ । ସାରା ବିଶ୍ୱରେ ଯେତେ ବି ଧର୍ମ ଅଛି ହିନ୍ଦୁ, ମୁସଲିମ ଓ ଶିଖ କି ଇସାଇ ହେଉ ସମସ୍ତ ଧର୍ମର ମୂଳମନ୍ତ୍ର ହେଉଛି ଶାନ୍ତି, ମୈତ୍ରୀ ଓ ପରସ୍ପର ମଧ୍ୟରେ ସଦ୍‌ଭାବନା ସୃଷ୍ଟି କରିବା ଏବଂ ଏହାକୁ ମାଧ୍ୟମ କରି ମଣିଷ ସମାଜର ଉନ୍ନତି କରିବା ଓ ବିକାଶ କରିବା, ତେଣୁ ମାଧ୍ୟମ ଯାହା ବି ହେଉ ପ୍ରତ୍ୟେକ ଧର୍ମର ଉଦ୍ଦେଶ୍ୟ ହେଉଛି ମଣିଷ ସମାଜର ବିକାଶ କରିବା ବୋଲି ପୁଇଁନ୍ତଲା ବ୍ଲକ ମହିମୁଣ୍ଡା ପଂଚାୟତ ବିଲେଇକାନି ଗ୍ରାମରେ ସ୍ଥାନୀୟ ଖ୍ରୀଷ୍ଟୀୟ ସମାଜ ଆନୁକୂଲ୍ୟରେ ଅନୁଷ୍ଠିତ ଖ୍ରୀଷ୍ଟୀୟ ଉଦ୍ଦୀପନା ସଭାରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବଲାଙ୍ଗିର ବିଧାୟକ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି । ଏହି ଉଦ୍ଦୀପନା ସଭାରେ ସେ ଆହୁରି ମଧ୍ୟ କହିଛନ୍ତି, ଆପଣମାନେ ସମାବେଶ ହେଉଥିବା ଏହି ଉଦ୍ଦୀପନା ସଭାରେ ଯୀଶୁଖ୍ରୀଷ୍ଟଙ୍କ ବାର୍ତ୍ତା ସମାଜ ଭିତରେ ବିତରଣ କରୁଛନ୍ତି, ଏଣୁ ଏହା ପ୍ରମାଣିତ ଯେ ଆପଣମାନେ ଏହି ସଭା ମାଧ୍ୟମରେ ସମାଜରେ ବିକାଶ ତଥା ଶାନ୍ତି ପ୍ରତିଷ୍ଠା ପାଇଁ ଚାହୁଁଛନ୍ତି, କିନ୍ତୁ ସଭାକୁ ଆସି ମୁଁ ଯାହା ଦେଖୁଛି ଏହି ଅଂଚଳ ବିକାଶ ଠୁ ବହୁତ ଦୂରରେ ନା ଏଠି ଭଲ ରାସ୍ତ ଖଣ୍ଡେ ଅଛି ନା କିଛି ପିଇବା ପାଣିର ସୁବିଧା ନା କୃଷକ ଜଳସେଚନର ସୁବିଧା ପାଇଛି । କେନ୍ଦ୍ରର ସରକାର କେବଳ ମିଥ୍ୟା ପ୍ରତିଶୃତି ଦେଇ ଭୋଟ ହାତେଇ ଚାଲିଛି । ପ୍ରତିଶ୍ରୁତି ମୁତାବକ ବେରୋଜଗାରକୁ ରୋଜଗାର ଦେଉଛି ନା ପ୍ରତ୍ୟେକ ଆକାଉଣ୍ଟକୁ ପନ୍ଦର ଲକ୍ଷ ଦେଇଛି, ଠିକ୍‌ ସେହିପରି ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାର ଜଳସେଚନ ନ ଦେଇ ଚାଷୀଙ୍କୁ ଭୂଆଁ ବୁଲାଉଛନ୍ତି । କର୍ମ ନିଯୁକ୍ତି ପ୍ରାୟତଃ ଶୂନ, ଯେଉଁ ଆଡେ ଦେଖିଲେ ଠିକା କର୍ମଚାରୀ, ପୁଣି ଓଲଟା ବିଜେଡି ସରକାର କହୁଛି କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ସହ ସେମାନଙ୍କର ଉତ୍ତମ ବୁଝାମଣା ଅଛି । ଏଣୁ ଆପଣମାନେ ସତର୍କ ହୋଇଯାଆନ୍ତୁ ଉଭୟ ସରକାର ବିକାଶ ନାଁରେ କେବଳ ବିନାଶ କରି ଚାଲିଛନ୍ତି । ପ୍ରତ୍ୟେକ ଧର୍ମର ଲକ୍ଷ୍ୟ ଏକତା ଓ ବିକାଶ ହେବା ଆବଶ୍ୟକ । ଭାରତ ହେଉଛି ଧର୍ମ ନିରପେକ୍ଷ ରାଷ୍ଟ୍ର, ବିଭିନ୍ନତା ଭିତରେ ଏକତା ହେଉଛି ଆମ ଦେଶର ବୈଶିଷ୍ଠ୍ୟ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମତରେ ରାମ ରହିମ ଯୀଶୁ ସମସ୍ତେ ଏକ କିନ୍ତୁ ଦୁଃଖ ଲାଗେ ଆଜି ଦେଶ୦ର ଶାସନ ଯେଉଁ ଦଳ ହାତରେ ଅଛି ଦିନ ଥିଲା ସେଇ ଦଳର ଚିନ୍ତାଧାର ଲୋକେ ଜାତିର ଜନକଙ୍କୁ ହତ୍ୟା କରିଥିଲା ପୁଣି ସେଇ ଦଳର ଲୋକେ ଆଜି ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରକୁ ଗୁଳି କରୁଛନ୍ତି ଓ ହତ୍ୟାକାରୀ ନାଥୁରାମ ଗଡସେର ମନ୍ଦିର ତୋଳି ପୂଜା କରୁଛନ୍ତି । ରାଜ୍ୟରେ ଥିବା ବିଜେଡି ଦଳ ତଥା କେନ୍ଦ୍ରର ବିଜେପି ଦଳ ଉଭୟେ ମିଶି ଆଜି ଧର୍ମ ନାମରେ ଦେଶକୁ ଭାଗ କରିବାକୁ ବସିଛନ୍ତି, ପ୍ରତ୍ୟେକ ଧର୍ମର ଲକ୍ଷ ଅନ୍ୟାୟ ଅତ୍ୟାଚାରରୁ ଜନସାଧାରଣଙ୍କୁ ରକ୍ଷା କରିବା କିନ୍ତୁ ବର୍ତ୍ତମାନ କେନ୍ଦ୍ର ବିଜେପି ଦଳ ପାଇଁ ଅନ୍ୟାୟ ଅତ୍ୟାଚର ଭ୍ରଷ୍ଟାଚାର ଓ ଅରାଜକତା ଚରମ ସୀମାରେ, ଅତ୍ୟାବଶ୍ୟକ ଦ୍ରବ୍ୟର ଦରଦାମ ବୃଦ୍ଧିରେ ସାଧାରଣ ଜନତା ଅତିଷ୍ଠ ବୋଲି ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ । ଗତକାଲି ଅନୁଷ୍ଠିତ ଏହି ସଭାରେ ଶ୍ରୀ ମିଶ୍ରଙ୍କ ବ୍ୟତିତ ମହିମୁଣ୍ଡା ପୂର୍ବତନ ସରପଞ୍ଚ ସର୍ଜନ ବିଶ୍ୱାଳ, ପୁଇଁନ୍ତଲା ବ୍ଲକ କଂଗ୍ରେସ ସଭାପତି ଉମାକାନ୍ତ ସାହୁ, କିଶାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ସହ ଖ୍ରୀଷ୍ଟୀୟ ସମ୍ପ୍ରଦାୟର ବିଭିନ୍ନ ପଦାଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!