ଗୋଟିଏ ପରିବାରରେ ତିନୋଟି ଶିଶୁ ପୁତ୍ର ଦିବ୍ୟାଙ୍ଗ : ପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଚାଉଲସୁଖା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲି ଗାଁର ନକୁଳ ଛତ୍ରିଆ ଓ ସ୍ତ୍ରୀ ନମିତା ଛତ୍ରିଆ ହରିଜନ ସମ୍ପ୍ରଦାୟର ଗଣ୍ଡା ଜାତୀୟ ଭୂମିହୀନ ସୁଖବାସୀ ଦୈନିକ ଖଟିଖିଆ ଗରିବ ଶ୍ରେଣୀର ଅଟନ୍ତି । ରହିବାକୁ ତାଙ୍କ ପାଖରେ ବାସଗୃହ ଖଣ୍ଡେ ନାହିଁ । ଏହି ନିରିହ ବ୍ୟକ୍ତିଙ୍କ ତିନୋଟି ଶିଶୁ ପୁତ୍ର ଚକ୍ଷୁହୀନ ଦିବ୍ୟାଙ୍ଗ ଅଟନ୍ତି । ପ୍ରଥମ ଶିଶୁ ପୁତ୍ର ଉମେଶ ଛତ୍ରିଆ(୭)ଙ୍କ ଗୋଟିଏ ଚକ୍ଷୁ ନାହିଁ, ଦ୍ଵିତୀୟ ଶିଶୁ ପୁତ୍ର କାମେଶ ଛତ୍ରୀଆ(୬)ଙ୍କ ମଧ୍ୟ ଗୋଟିଏ ଚକ୍ଷୁ ନାହିଁ ଏବଂ ତୃତୀୟ ଶିଶୁ ପୁତ୍ର ଶିବ ଛତ୍ରିଆଙ୍କ ଦୁଇଟି ଚକ୍ଷୁ ନାହିଁ । ଏହି ଶିଶୁ ମାନଙ୍କୁ ଭତ୍ତା ଦିଆଯିବା ନେଇ ସରପଞ୍ଚଙ୍କୁ ବ୍ଲକ୍ କାର୍ଯ୍ୟାଳୟରେ ଗୁହାରି କରିଥିଲେ ସୁଦ୍ଧା ଏଯାଏଁ ଏହି ତିନି ଶିଶୁ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି ବୋଲି ଶିଶୁଙ୍କ ମା’ ବାପା କହିଛନ୍ତି । ଏଥିପ୍ରତି ଦୃଷ୍ଟି ଦେଇ ପ୍ରଶାସନ ପକ୍ଷରୁ ସହୟତା ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.

error: Content is protected !!