oom

ଖଡ଼ିଆଳ ପୋଲିସକୁ ବଡ଼ ସଫଳତା : ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨୨ ଗୋଟି ଚୋରି ବାଇକ ଉଦ୍ଧାର

jsmm

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୋଲିସକୂ ଏକ ବଡ ସଫଳତା ମିଳିଛି । ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨୨ ଗୋଟି ଚୋରି ବାଇକ ଉଦ୍ଧାର କରିଥିବା ନେଇ ଖଡ଼ିଆଳ ଏସ୍ଡିପିଓ କାାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ଡିପିଓ ସନ୍ତକ ଜେନା ।ଏସ୍‌ଡିପିଓଙ୍କ ସୂଚନା ଅନୁସାରେ ଖଡ଼ିଆଳ ନରସିଂପୁର ନିକଟସ୍ଥ ବସବାସ କରୁଥିବା ଶ୍ରୀକାନ୍ତ ବିହାରୀଙ୍କ ଅଭିଯୋଗକୁ ଭିତ୍ତି କରି କେଶ ନମ୍ବର -୪୫୫/୭.୧୧.୨୦୨୨ରେ ମାମଲା ରୁଜୁ ହୋଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ମାମାଲାରେ ମୁଖ୍ୟ ଦୁଇ ଅଭିଯୁକ୍ତ ଚାନ୍ଦୋପଲା ଗ୍ରାମର ତ୍ରିଲୋଚନ ଶବର ଏବଂ ଟାଙ୍ଗରିପଡା ଗୋବର୍ଦ୍ଧନ ନାଗଙ୍କ ସହ ଅନ୍ୟ ଚାରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨୨ ଗୋଟି ଚୋରି ବାଇକ ମଧ୍ୟ ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ଉଦ୍ଧାର କରିଛି । ସାମ୍ବାଦିକ ସମ୍ମିଳନୀରେ ଖଡ଼ିଆଳ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି, ଏସ ଆଇ ଦୁର୍ଗା ପ୍ରଶାଦ ସାହୁ, ଏସ ଆଇ ତାରାକାନ୍ତ ବିଶ୍‌ଶ୍ୱାଳ, ଏଏସଆଇ ଧାନେଶ୍ୱର ମାଝୀଙ୍କ ସହ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.