jayashree

କର୍କଟ ରୋଗରେ ପୀଡିତ ମେନା ନାଗଙ୍କୁ ଚିକିତ୍ସା ପାଇଁ ସହଯୋଗ କଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : କର୍କଟ ରୋଗରେ ପୀଡିତ ମେନା ନାଗଙ୍କୁ ଚିକିତ୍ସା ପାଇଁ ସହଯୋଗ କଲେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୨୧ର ମେନା ନାଗ(୬୫) ଓ ତାଙ୍କ ସ୍ୱାମୀ ଏକା ରହୁଥିବା ବେଳେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଖବରପାଇ ତାଙ୍କୁ ସହଯୋଗର ହାତ ବଢାଇଲେ ଲିକା ସାହୁ ଓ ବିଜେଡିର କାଉନସିଲର ବୃନ୍ଦ । ଖୁବ ଶୀଘ୍ର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ସହଯୋଗରେ ରାୟପୁରରେ ଚିକିତ୍ସିତ ହେବେ ବୋଲି ଜଣାପଡିଛି ।

Leave A Reply

Your email address will not be published.