ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ଚିକଲଖଣ୍ଡି ଗ୍ରାମର ଲିଙ୍ଗରାଜ ମନ୍ଦିରରେ କାର୍ତ୍ତିକ ମାସ ଶେଷ ସୋମବାର ଦିନଟି ବିଭିନ୍ନ ଶୈବପୀଠ ଓ ଦେବାଦେବୀଙ୍କ ମନ୍ଦିରରେ ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞରେ ଖୁସିର ମାହୋଲ ଏବଂ ଆଧ୍ୟାତ୍ମିକ ବାତାବରଣରେ ଅନେକ ଢ଼େଉ ଓ ତରଙ୍ଗ ସୃଷ୍ଟି କରିଥିଲା । ଏପରିକି ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ଠାରୁ ମାତ୍ର ୩ କିମି ଦୂରରେ ପଡ଼େ ଚିକଲଖଣ୍ଡି ଗ୍ରାମ । ଏହି ଗ୍ରାମରେ ଥିବା ପ୍ରାଚୀନ ଶୈବପୀଠ ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଉକ୍ତ ଦିନଟି ଭକ୍ତିବାଦର ପ୍ରଚାର ଝଙ୍କାରରେ ଉଛୁଳି ପଡିଥିଲା । କାର୍ତ୍ତିକ ବ୍ରତର ଶେଷ ଦିବସରେ ଆୟୋଜିତ ହୋଇଥିଲା ଅଷ୍ଟପ୍ରହର ନାମଯଜ୍ଞ । ହରିନାମ ସଂକୀର୍ତ୍ତନରେ ଆନନ୍ଦରେ ନାଚି ନାଚି ନାମ ଗାଇ ମହିଳା, ବୃଦ୍ଧ ବୃଦ୍ଧା, ବାଳୁତ ଭକ୍ତଙ୍କର ଉତ୍ସାହ ଓ ଭକ୍ତିଭାବର ମାଦକତା କିଛି କମ୍ ନଥିଲା । ସେହିଦିନ ଭକ୍ତିମୟ ପରିବେଶରେ ଦୁଲୁକି ଉଠିଥିଲା ଛତ୍ରପୁରର ଚିକଲଖଣ୍ଡି ଗ୍ରାମର ଲିଙ୍ଗରାଜ ମନ୍ଦିର ଓ ତାରି ପାରିପାର୍ଶ୍ବିକ ଗ୍ରାମ । ଏଠାରୁ ଦୂର ବଣ ପାହାଡ଼ ପର୍ବତକୁ ଶବ୍ଦ ତରଙ୍ଗରେ କମ୍ପନ ସୃଷ୍ଟି କରି ଭକ୍ତି ଓ ଆବେଗ ପୂର୍ଣ୍ଣର ପରିଭାସରେ ମୁଖରିତ କରିଥିଲା ।
Prev Post
Next Post