ଗୁଣି ଗାରେଡି କରୁଥିବା ସନ୍ଦେହରେ ୨ ଜଣଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ : ୯ ଅଟକ

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ଥାନା ମଧୁରଝୋଳି ଗାଁର ଲୋକ ଗୁଣି ଗାରେଡି କରୁଥିବା ସନ୍ଦେହରେ ୨ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ୨ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଘଟଣା ପରେ କବିସୂର୍ଯ୍ୟନଗର ପୋଲିସ ପୋଲସରା ପୁରୁଷୋତ୍ତମପୁର ଥାନାର ବରିଷ୍ଠ ଅଧିକାରୀଙ୍କ ସହ ୪ ପ୍ଲାଟୁନ ପୋଲିସ ଫୋର୍ସ ଧରି ଅଚାନକ ରାତି ଅଧରେ ଗାଁରେ ଚଢାଉ କରିଥିଲେ । ପୋଲିସ ଏବେ ୯ ଜଣକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.