ଅବକାରୀ ବିଭାଗ ପକ୍ଷରୁ ୯୪ କେଜି ଗଞ୍ଜେଇ ଜବତ : ୨ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପୃଥକ ଭାବେ ଦୁଇଟି ସ୍ଥାନରେ ଚଢାଉ କରାଯାଇ ଗାଡି ସହ ୯୪କେଜି ଗଞ୍ଜେଇ ଜବତ କରାଯାଇଛି । ଏହାସହ ଗଞ୍ଜେଇ ଚାଲାଣ ଅଭିଯୋଗରେ ମଧ୍ୟପ୍ରଦେଶର ଦୁଇ ଜଣଙ୍କୁ ଗିରଫ କରାଯାଇଛି । ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ, ଏସପି ନିତେଶ ୱାଧନୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ପାଢୀଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନରେ ଏହି ଚଢାଉ ହୋଇଥିଲା । ସୂଚନା ଅନୁସାରେ ଆଜି ସକାଳେ ମାଲକାନଗିରି ବାଲିମେଳା ରାଜ୍ୟ ରାଜପଥ ତାରଲାକୋଟା ପଞ୍ଚାୟତର ଏମଭି ୩୭ ନିକଟରେ ଅବକାରୀ ବିଭାଗ ମୋବାଇଲ ଟିମ୍‌ ପକ୍ଷରୁ ପାଟ୍ରୋଲିଂ ଚାଲିଥିଲା । ସେହି ରାସ୍ତାରେ ଦୃତ ଗତିରେ ଏକ ସ୍କର୍ପିଓ ଗାଡି ପଳାଉଥିବା ଦେଖି ତାକୁ ଗୋଡ଼ାଇ ଧରିଥିଲେ । ଉକ୍ତ ଗାଡିକୁ ଯାଞ୍ଚ କରିବାରୁ ସେଥିରେ ଦୁଇଟି ପ୍ଲାଷ୍ଟିକ ବସ୍ତାରେ ୬୯କେଜି ଗଞ୍ଜେଇ ଥିବା ଦେଖି ଗାଡି ସହ ଗଞ୍ଜେଇ ଜବତ କରାଯାଇଥିଲା । ଏହି ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ ମଧ୍ୟପ୍ରଦେଶର ସୋନୁ ହଂସାରିଙ୍କୁ ଗିରଫ କରାଯାଇଛି । ଏହି ଚଢ଼ାଉରେ ଅବକାରୀ ବିଭାଗ ଇନ୍ସପେକ୍ଟର ଆଶିଷ ନାୟକ, ଗଦାଧର ମହାରଣା, ଜ୍ଞାନ ରଞ୍ଜନ ସାହୁ, ଅକ୍ଷୟ ଜେନା, ପଣ୍ଡା ନାଗେଶ ପ୍ରମୁଖ ସାମିଲ ଥିଲେ । ଠିକ୍‌ ସେହିପରି ଅନ୍ୟ ଏକ ପୃଥକ ଘଟଣାରେ ୨୫ କେଜି ଗଞ୍ଜେଇ ସହିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଆଜି ଜିଲ୍ଲା ଅବକାରୀ ବିଭାଗର କର୍ମଚାରୀ ଉଦୟ ଲାଲ ନାୟକ, ଦିନେଶ କୁମାର, ଜୁଲି ସା ମାଲକାନଗିରି ବ୍ଲକସ୍ଥ ଗୌଡ଼ଗୁଡା ପଞ୍ଚାୟତ ଏମଭି ୧୧ ଗ୍ରାମ ନିକଟରେ ପାଟ୍ରୋଲିଂ କରୁଥିଲେ । ରାସ୍ତାର ନିଛାଟିଆ ସ୍ଥାନରେ ଜଣେ ବ୍ୟକ୍ତି ଏକ ପ୍ଲାଷ୍ଟିକ ବସ୍ତାରେ କିଛି ସାମଗ୍ରୀ ରଖି ଗାଡିକୁ ଜଗି ରହିଥିଲେ, ଅବକାରୀ କର୍ମଚାରୀଙ୍କୁ ଦେଖି ସେହି ବ୍ୟକ୍ତି ଜଣଙ୍କ ଖସି ପଳାଉ ଥିବା ବେଳେ ତାକୁ ଅବକାରୀ ବିଭାଗ କର୍ମଚାରୀମାନେ କାବୁ କରି ନେଇଥିଲେ । ବସ୍ତାକୁ ଯାଞ୍ଚ କରିବାରୁ ସେଥିରେ ୨୫ କେଜି ଗଞ୍ଜେଇ ଥିବାର ଦେଖି ଜବତ କରିଥିଲେ । ଏହି ଗଞ୍ଜେଇ ଗୁଡିକୁ ନେଇ ଯାଉଥିବା ଅଭିଯୋଗରେ ମଧ୍ୟପ୍ରଦେଶର ଫରିଦ ମହାମଦଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.