ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିମଳା ପଞ୍ଚାୟତ ଟାଙ୍ଗିରୀ ଗ୍ରାମରେ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ବିଦ୍ୟୁତ୍ ଆଘାତ ଲାଗି ୩ ମହିଳା ମୃତ । ମୃତକମାନେ ହେଲେ ସେହି ଗ୍ରାମ ଜୁଆଙ୍ଗ ସାହିର ମଗିଶିରିଆ ଜୁଆଙ୍ଗଙ୍କ ପତ୍ନୀ ନିରାଧି ଜୁଆଙ୍ଗ (୪୫), ସିଙ୍ଗା ଜୁଆଙ୍ଗଙ୍କ ପତ୍ନୀ କାଠି ଜୁଆଙ୍ଗ (୬୨) ଓ କୁନା ଜୁଆଙ୍ଗଙ୍କ ପତ୍ନୀ ମଞ୍ଜରୀ ଜୁଆଙ୍ଗ(୩୫) । ସୂଚନା ଅନୁଯାୟୀ, ଟାଙ୍ଗିରୀ ଗ୍ରାମର ନାଳି ଗ୍ରାମ୍ୟ ଜଙ୍ଗଲରେ ସେହି ଗ୍ରାମର କୁମୁଦ ନାୟକ ଓ କୁବେର ନାୟକ ବାଇଗଣ, ଲଙ୍କା ଆଦି ପରିବା ଚାଷ କରିଛନ୍ତି । ସେମାନେ ଉକ୍ତ ବଗିଚାକୁ ବେଆଇନ ଭାବେ ଚୋରାରେ ତାର ଟାଣି ବିଦ୍ୟୁତ୍ ନେଇଥିଲେ । ନିରାଧି ଜୁଆଙ୍ଗ, କାଠି ଜୁଆଙ୍ଗ ଓ ମଞ୍ଜରୀ ଜୁଆଙ୍ଗ ଛେଳି ଚରାଇବାକୁ ଯାଇଥିଲେ । ବିଦ୍ୟୁତ୍ ତାର ଅଧାରେ ଛିଣ୍ଡି ଯାଇଥିବାରୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଏହି ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ ଗୋଟିଏ ଛେଳି ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି । ତେବେ ଜଙ୍ଗଲ ମଧ୍ୟରେ ବେଆଇନ ବିଦ୍ୟୁତ୍ ତାର ଟଣା ଯାଇଥିଲେ ସୁଦ୍ଧା ଏଥି ପ୍ରତି ବିଦ୍ୟୁତ୍ ବିଭାଗ ଓ ବନ ବିଭାଗର ନିଘା ନଥିବା ଅଭିଯୋଗ ହୋଇଛି ।
Next Post