jsm

ଉନ୍ମୋଚିତ ହେଲା ‘ସୃଜନ ସଳିତା ନବନୀତା’ର ପୂଜା ସଂଖ୍ୟା

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରୁ ପ୍ରକାଶ ପାଉଥିବା ସାହିତ୍ୟ ପତ୍ରିକା ସୃଜନ ସଳିତା ନବନୀତା ର ପୂଜା ସଂଖ୍ୟା ଏକ ଅନ୍‌ଲାଇନ କାର୍ଯ୍ୟକ୍ରମରେ ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ହିନ୍ଦି କବି ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ, କୋଲକାତା ର ଆଂଚଳିକ ଅଧିକାରୀ ଡ. ଦେବେନ୍ଦ୍ର କୁମାର ଦେବେଶ । ପତ୍ରିକାର ପ୍ରଶଂସା କରିବା ପୂର୍ବକ ସାମ୍ପ୍ରତିକ ସାହିତ୍ୟ ସମ୍ପର୍କରେ ସେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରକାଶକ ରାଜେଶ ଝାଙ୍କର ପ୍ରାରମ୍ଭିକ ସୂଚନା ଏବଂ କାର୍ଯ୍ୟନିର୍ବାହୀ ସମ୍ପାଦକ ମୀନ୍‌କେତନ ବାରଲେବଡିଆ ସ୍ୱାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମରେ ଗାଳ୍ପିକ ପ୍ରଦୀପ ମିଶ୍ର, କବି ରାମକୃଷ୍ଣ ସାହୁ, ସରୋଜ, ସୌଭାଗ୍ୟବନ୍ତ ମହାରଣା, ଲକ୍ଷ୍ମୀ ନାରାୟଣ ହୋତା, ଲକ୍ଷ୍ମଣ ମେହେର, ଦିଲୀପ ବେହେରା, କୌତୁକ, ପନ୍ଦର, ଯୁଜେଷ୍ଟି ମେହେର, ଜଗନ୍ନାଥ ସାହୁ, ସତ୍ୟାନନ୍ଦ ଭୋଇ, ରଞ୍ଜିତ ମିଶ୍ର ପ୍ରମୁଖ ସାହିତ୍ୟିକ ଯୋଗ ଦେଇ ପତ୍ରିକା ସମ୍ପର୍କରେ ଆଲୋଚନା କରିଥିଲେ । ଲୋକଗୀତ ପରିବେଷଣ କରିଥିଲେ କଣ୍ଠଶିଳ୍ପୀ ଦିଲୀପ ଦୀପ । ସମ୍ପାଦକ କ୍ଷେତ୍ରବାସୀ ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସହ ସମ୍ପାଦକ ଶିବ ପ୍ରସାଦ ସା ଧନ୍ୟବାଦ ଦେଇଥିଲେ । ପତ୍ରିକାର ପୂଜା ସଂଖ୍ୟାରେ ୪ଟି ସାକ୍ଷାତକାର, ୧୬ଟି ପ୍ରବନ୍ଧ, ୧୫ଟି ଗଳ୍ପ, ୫୧ଟି କବିତା ସହିତ କଳା ସଂସ୍କୃତି କୁ ନେଇ ମନଛୁଆଁ ଫିଚର ସ୍ଥାନୀତ ହୋଇଛି ।

yuvodaya
Leave A Reply

Your email address will not be published.