ରାଜ୍ୟ ସରକାରଙ୍କ ଘୋଷଣା : ଡିସେମ୍ବର ୩୧ ଯାଏଁ ସମ‌ସ୍ତ ସ୍କୁଲ ବନ୍ଦ ରହିବ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆସନ୍ତା ଡିସେମ୍ବର ୩୧ ଯାଏଁ ରାଜ୍ୟରେ କୌଣସି ସ୍କୁଲ ଖୋଲିବନି । ଆଜି ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଘୋଷଣା କରାଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଡିସେମ୍ବର ଦ୍ୱିତୀୟ ସପ୍ତାହରେ ରାଜ୍ୟରେ କରୋନାର ଦ୍ୱିତୀୟ ଲହରୀ ନେଇ ପୂର୍ବାନୂମାନ କରାଯାଇଥିବାରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସ୍କୁଲ ବନ୍ଦ ରଖିବାକୁ ସରକାର‌ଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.