oom

ପଞ୍ଚଭୂତରେ ଲୀନ ହେଲା ବିଜୟଙ୍କ ପାର୍ଥିବ ଶରୀର

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୨ ତାରିଖ ରାତିରେ ଭୁବନେଶ୍ଵର ଆପୋଲୋ ହସ୍ପିଟାଲରେ ପଦ୍ମପୁରର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ହୋଇଥିଲା । ୩ ତାରିଖ ଅପରାହ୍ନରେ ତାଙ୍କର ମର ଶରୀର ପଦ୍ମପୁରକୁ ପହଞ୍ଚିଥିଲା । ରାସ୍ତାରେ ଦିବଂଙ୍ଗତ ରାଜନେତାଙ୍କୁ ବିଭିନ୍ନ ସ୍ଥାନରେ ଶେଷ ସମ୍ମାନ ଦେଇଥିଲେ ଦଳୀୟ ତଥା ସାଧାରଣ ଲୋକେ । ମର ଶରୀର ପଦ୍ମପୁରରେ ପହଞ୍ଚିବା ପରେ କିଛି ସମୟ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ରଖାଯାଇ ରାତିରେ ତାଙ୍କର କଲେଜ ରୋଡ଼ ସ୍ଥିତ ବାସ ଭବନକୁ ନିଆ ଯାଇଥିଲା । ଆଜି ମଙ୍ଗଳବାର ଦିନ ୧୦ଟା ସମୟରେ ଏହି ବାସ ଭବନରୁ ତାଙ୍କର ମର ଶରୀରକୁ ଏକ ସୁସଜ୍ଜିତ ଗାଡ଼ିରେ ଶୋଭାଯାତ୍ରାରେ ବାହାର କରାଯାଇଥିଲା । ରାସ୍ତାକଡରେ ଶହ ଶହ ଲୋକ ତାଙ୍କୁ ଶେଷ ବିଦାୟ ଦେଇଥିଲେ । ଭେଉଁରିଆ ଛକରେ ତାଙ୍କର ମର ଶରୀର ପହଞ୍ଚିବା ପରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ବିଜୟ ରଞ୍ଜନ ସିଂ ବରିହା ଅମର ରହେ ପ୍ରତିଧ୍ୱନୀରେ ଚର୍ତୁଦିଗ କମ୍ପି ଉଠିଥିଲା । ପରେ ମର ଶରୀରକୁ ସହର ପରିକ୍ରମା କରାଯାଇ ରାଜବାଟି ସମ୍ମୁଖରେ ଥିବା ତାଙ୍କର ବାସଭବନକୁ ନିଆଯିବା ପରେ ତାଙ୍କର ପରିବାର ଓ ଆତ୍ମୀୟ ସ୍ଵଜନଙ୍କ କ୍ରନ୍ଦନରୋଲରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସ୍ଥାନୀୟ ରାଜଘାଟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କର ଏକ ମାତ୍ର ପୁଅ ଭୋଜରାଜ ସିଂ ବରିହା ମୁଖାଗ୍ନି ଦେଇଥିଲେ । ସ୍ଵର୍ଗତ ବରିହାଙ୍କର ମର ଶରୀରକୁ ଶେଷ ଦର୍ଶନ କରିବା ପାଇଁ ଉପସ୍ଥିତ ଥିଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବରଗଡ଼ ପୂର୍ବତନ ରାଜସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ବିଜେପି ସାଂସଦ ସୁରେଶ ପୂଝାରୀ, ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ମନ୍ତ୍ରୀ ରୀତା ସାହୁ, ବିଧାୟକା ସ୍ନେହାଙ୍ଗୀନ ଛୁରୀଆ, ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଭଟଲି ବିଧାୟକ ସୁଶାନ୍ତ ସିଂ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ରାଜ୍ୟ ବିଜେଡି ଆୟୁବ କାମନା, ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ବିଜେପି ବିଧାୟକ ମୁକେଶ ମହାଲିଙ୍ଗ, ପୂର୍ବତନ ସାଂସଦ ପ୍ରଭାତ ସିଂ, ପଦ୍ମପୁର ପୂର୍ବତନ କଂଗ୍ରେସ ବିଧାୟକ ସତ୍ୟଭୁଷଣ ସାହୁ, ବରଗଡ଼ ବିଜେପି ଜିଲ୍ଲା ସଭାପତି ଅଶ୍ଵୀନ ଷଡ଼ଙ୍ଗୀ, ବିଜେଡି ବରିଷ୍ଠ ନେତା ପ୍ରୀତମ ମେହେର, ଗୌତମ ସିଂ, ସୁନୀଲ ଅଗ୍ରୱାଲ, ଚିନ୍ମୟ ପଣ୍ତା, ରାଜୁ ଘିବୋଲା, କୁନାଲ ପାଣିଗ୍ରାହୀ, ପ୍ରମୋଦ ମେହେର, ସର୍ବଭାରତୀୟ ବିଂଝାଲ ସମାଜର ଲାଟ ସଭପତି ହୃଷିକେଶ ବରିହା, ସଂପାଦକ ଆଶାରାମ ବରିହା, ପଦ୍ମପୁର ଚେୟାରମ୍ୟାନ ରଞ୍ଜିତ ସିଂ ବରିହାଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି, ରାଜନେତା ତଥା ବିଭିନ୍ନ ବର୍ଗର ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ୧୯୯୦ରୁ ୨୦୨୨, ଏହି ୨୫ ବର୍ଷର ରାଜନୈତିକ କେରିୟରରେ ସ୍ୱର୍ଗତ ବରିହା ବିଧାୟକ ଭାବେ ନିର୍ବାଚିତ ହୋଇ ଥରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ଆଦିବାସୀ ଉନ୍ନୟନ ଓ ବିକାଶ ମନ୍ତ୍ରୀର ଦାୟିତ୍ୱ ତୁଳାଇ ଥିଲେ । ଦୁଇ ଥର ସେ ବରଗଡ ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ଭାବରେ ରହି ସାଂଗଠନିକ ଭାବେ କାର୍ଯ୍ୟ ତୁଲାଇ ଥିଲେ । ୮୦ ଦଶକରେ ଅଞ୍ଚଳ ମହା ବିଦ୍ୟାଳୟର ଛାତ୍ର ସାଂସଦ ନିର୍ବାଚନ ଲଢ଼ି କ୍ରମାଗତ ଭାବେ ୨ ଥର ସଭାପତି ହୋଇ ସେ ଆଉ ପଛକୁ ଫେରି ନଥିଲେ । ତାଙ୍କର ଅକାଳ ମୃତ୍ୟୁ ପଦ୍ମପୁର ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ ପାଇଛି ।

jittmm
Leave A Reply

Your email address will not be published.