jsm

ବରଗଡ ଜିଲ୍ଲା ତୈଳିକ ବେଶ୍ୟ ସାହୁ ସମାଜ ପଦାଧିକାରୀଙ୍କ ନୂଆଁଖାଇ ଭେଟ୍‌ଘାଟ୍‌

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ରାଜୀବ ଟାଉନ ହଲଠାରେ ବରଗଡ ଜିଲ୍ଲା ତୈଳିକ ବୈଶ୍ୟ ସାହୁ ସମାଜର ପଦାଧିକାରୀମାନଙ୍କ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ମନୋରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଦୀପ ପ୍ରଜ୍ୱଳନ ଓ ସମାଜର ଇଷ୍ଟଦେବ ଶ୍ରୀ ମହାଦେବ ଏବଂ ମାତା କର୍ମୀଙ୍କ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ତତ୍ ପଶ୍ଚାତ ଶ୍ରୀମତୀ ସୂର୍ଣ୍ଣକାନ୍ତି ସାହୁ, ତେଜବାଳି ସାହୁ, ଜ୍ୟୋସ୍ନମୟୀ ସାହୁ, ଅନିତା ସାହୁ ସମସ୍ତ ଅତିଥି ଓ ପଦାଧିକାରୀ ବୃନ୍ଦଙ୍କୁ ନୂଆଚରା ଓ ଆରିସା ପିଠା ବଣ୍ଟନ କରିଥିଲେ । ନିମନ୍ତ୍ରିତ ଅତିଥି ଭାବେ ପଡୋଶୀ ରାଜ୍ୟ ଛତିଶଗଡ଼ର ମହା ସମୁଦ ଜିଲ୍ଲାରୁ ଜିଲ୍ଲା ଉପସଭାପତି ପଙ୍କଜ ସାହୁ, ସୋନପୁର ଜିଲ୍ଲା ସଭାପତି ଧନଞ୍ଜୟ ସାହୁ, ରାଜ କିଶୋର ସାହୁ, ହାରାଧନ ସାହୁ, ଦେବରାଜ ସାହୁ, ମାର୍କଣ୍ଡ ସାହୁ ଯୋଗଦାନ କରିଥିଲେ । ପରମ୍ବେଶ୍ୱର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଦୀନେଶ୍ୱର ସାହୁ, ଭିକାରୀ ଚରଣ ସାହୁ, ନବ କିଶୋର ସାହୁ, ବେଣୁଧର ସାହୁ, ରାଜ କିଶୋର ସାହୁ, କେଶବ ଚନ୍ଦ୍ର ସାହୁ, ମୀନକେତନ ସାହୁ, ନକୁଳ ସାହୁ, ବିପିନ ବିହାରୀ ସାହୁ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ । ତୈଳିକ ବୈଶ୍ୟ ସାହୁ ସମାଜକୁ ତୃଣମୂଳ ସ୍ତରରୁ ମଜବୁତ କରି ପଡୋଶୀ ଜିଲ୍ଲା ତଥା ରାଜ୍ୟ ସହିତ ସମନ୍ୱୟ ରକ୍ଷା କରି କିପରି ସଙ୍ଗଠନକୁ ଆଗକୁ ନିଆଯାଇ ପାରିବ, ସେଥିପ୍ରତି ଯତ୍ନବାନ ହୋଇ କାର୍ଯ୍ୟ କରିବା ପାଇଁ ସମସ୍ତେ ମତ ପୋଷଣ କରିଥିଲେ । ଶେଷରେ ପିତାମ୍ବର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.