pakka

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଷୋଡଷ ଦିବସ

bbehera
  • ଅମାମୁଣ୍ଡା ଓ ପ୍ରୋଗ୍ରେସିଭ୍‌ କ୍ଲବ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆୟୋଜିତ ଆଜି ସୁପର ନକ ଆଉଟ ଖେଳ ଗାନ୍ଧୀ ଷ୍ଟାଡିୟମ ଠାରେ ପ୍ରୋଗ୍ରେସିଭ୍‌ କ୍ଲବ ବଲାଙ୍ଗିର ଟ୍ରାଇବ୍ରେକର ସଡନ୍‌ ଡେଥ୍‌ରେ ଜିଏସ୍‌ପି ଟିଟିଲାଗଡକୁ ହରାଇ କ୍ୱାଟର ଫାଇନାଲକୁ ପ୍ରବେଶ କରିଛି । ଅତିଥି ଭାବେ ଲୋଇସିଂହା ପୂର୍ବତନ ବିଧାୟକ ରମାକାନ୍ତ ସେଠ, ସଂସଦର କାଉନସିଲ ସଭ୍ୟ ଜୟରାମ ମିଶ୍ର ଓ ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର ଯୋଗ ଦେଇଥିଲେ । ସଂସଦର ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ, ସଦାଇପାଲି ସମିତି ସଭ୍ୟ ଗୋଲାପ ବାଗ ପ୍ରମୁଖ ଉପସ୍ଥିତ ଥିଲେ । ଖେଳକୁ ଦେବରାଜ ନାହାକ, ଜଳନ୍ଧର ସାହୁ, ଅବଦୁଲ ମୁଜିବ୍‌ ଓ ଶରତ ନନ୍ଦ ପରିଚାଳନା କରିଥିଲେ । ସେହିପରି ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ଅମାମୁଣ୍ଡା ଏଏ ୧-୦ ଗୋଲରେ ସାଇଟ ସ୍ପୋଟ୍ସ ସୋସାଇଟିକୁ ହରାଇ ସେମି ଫାଇନାଲକୁ ପ୍ରବେଶ କରିଛି । ଫୁଟବଲ ଏସୋସିଏସନ ଅଫ୍‌ ଓଡିଶା ତଥା ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଅନ୍ତର୍ଯ୍ୟାମି ବିଶ୍ୱାଲ, କ୍ରୀଡା ସଂଗଠକ ଶଶି ଶେଖର ପଣ୍ଡା, ପଲ୍ଲିଶ୍ରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ବୃନ୍ଦାବନ ମହାକୁର ଓ ପୂର୍ବତନ ଖେଳାଳି କପିଳେଶ୍ୱର ପାଣିଗ୍ରାହୀ ଅତିଥି ଭାବରେ ଯୋଗ ଦେଇଥିଲେ । ରେଫରି ଭାବରେ ଦେବାଶିଷ ବାଗ, ସୁଦର୍ଶନ ସେଠ, ସଂଜିବ ମହାରଣା ଓ ଖଲିଉଲ୍‌ ରହେମାନ ଖେଳ ପରିଚାଳନା କରିଥିଲେ । ଗାନ୍ଧୀ ଷ୍ଟାଡିୟମରେ ଫୁଟବଲ ସଂପାଦକ ହେମନ୍ତ ବେହେରା ଓ ପଲ୍ଲିଶ୍ରୀ ଷ୍ଟାଡିୟମ ଠାରେ ସଂସଦର ବରିଷ୍ଠ ସଦସ୍ୟ ଡା. ସିଦ୍ଧେଶ୍ଵର ମିଶ୍ରଙ୍କ ତତ୍ତ୍ୱାବଧାନରେ ଖେଳ ଆୟୋଜିତ ହୋଇଥିଲା ।

୨୦ ତାରିଖ ମଙ୍ଗଳବାର ଦିନ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ବିଏନ୍‌ଏଏ ଜରାସିଂହା ବନାମ ବ୍ଲୁ ମାଉଣ୍ଟେନ କ୍ଲବ ଓ ପଲ୍ଲୀଶ୍ରୀ ଷ୍ଟାଡିୟମ ଏପିଜେ ଲୋଇସିଂହା ବନାମ ଚୁଡାପାଲି ନବଜ୍ୟୋତି ମଧ୍ୟରେ ଖେଳ ହେବ ବୋଲି କ୍ରୀଡା ସଂସଦ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

eighteen + 16 =