pakka

ଶିଶୁ ବିକାଶ କେନ୍ଦ୍ରର କର୍ମକର୍ତ୍ତା ନିର୍ବାଚନ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ସ୍ଥିତ ଦଧିବାମନ ମନ୍ଦିର ଠାରେ ବିଶିଷ୍ଟ ଶିଶୁ ସାହିତ୍ୟିକ ହୃଷୀକେଶ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନର ଦୁଇ ବାର୍ଷିକ ସାଂଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସର୍ବସମ୍ମତି କ୍ରମେ ମଦନ ମୋହନ ରଥ ସଭାପତି, ସୁନାଧର ବନଛୋର ଉପସଭାପତି, ରତ୍ନମୟ ତ୍ରିପାଠି ସଂପାଦକ, ଦୁର୍ଗା ଚରଣ ସାହୁ ସହସଂପାଦକ, ଚୁଡେନ୍ଦ୍ର କୁମାର ବେହେରା କୋଷାଧ୍ୟକ୍ଷ, ଧିରେନ୍ଦ୍ର ନାରାୟଣ ସିଂଦେଓ ଓ ଡ. ବନ ବିହାରୀ ସାହୁ କ୍ରୀଡା ସଂପାଦକ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି କାର୍ଯ୍ୟକାରୀ କମିଟିକୁ ହୃଷିକେଶ ପୁରୋହିତ, କପିଳ ପତି, ଡା. ଲକ୍ଷ୍ମୀପ୍ରିୟା ସେଠି, ରଶ୍ମି ପାତ୍ର, ତପସ୍ୱିନୀ ପଶାୟତ, କସ୍ତୁରୀ ରଥ, ମଧୁ ସାହୁ, ଅରୁଣ ଖୁଆସ, ଡା. ଅଶୋକ କୁମାର ସେଠୀ ଓ ପ୍ରଶାନ୍ତ ଷଡଙ୍ଗୀ ମନୋନୀତ ହୋଇଥିଲେ । ଉପଦେଷ୍ଟା କମିଟିରେ ଡା. ଜ୍ୟୋସ୍ନାମୟୀ ମହାପାତ୍ର, ଜଗଦାନନ୍ଦ ଛୁରିଆ, ଜୟରାମ ମିଶ୍ର, ସତ୍ୟବନ୍ତ ବେଦବାକ ଏବଂ ଅନୁଷ୍ଠାନର ପୂର୍ବ ନିଷ୍ପତ୍ତି ଅନୁସାରେ ବଲାଙ୍ଗିରର ପୌରାଧ୍ୟକ୍ଷା ଲିକା ସାହୁଙ୍କୁ ଅବସ୍ଥାପିତ କରାଯାଇଛି । ଏହି ସଭାରେ ପ୍ରେରଣା ସଂପାଦକ ରଘୁନନ୍ଦନ ସିଂ ଓ ରାମ ଶଙ୍କର ଶତପଥି ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଡା. ଅଶୋକ କୁମାର ସେଠୀ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

eight − 1 =