oom

ଓରମାସ ଦ୍ଵାରା ପାଟଣାଗଡ଼ ବ୍ଲକ ସ୍ତରୀୟ ପରାମର୍ଶ ଶିବିର

jsmm
  • ୨୫୬ ଜଣ ପଞ୍ଜିକରଣ ୧୯୬ ଜଣ ତାଲିମ ପାଇ ଯୋଗ୍ୟବିବେଚିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ କାର୍ଯ୍ୟାଳୟଠାରେ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଅଧିନସ୍ଥ ଓରମାସ ଓ ଜିଲ୍ଲାପ୍ରଶାସନ ଦ୍ଵାରା ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ ଯୋଜନା ଦ୍ଵାରା ବ୍ଲକର ପଞ୍ଚମରୁ ତଦୁର୍ଦ୍ଧ ଶିକ୍ଷାଗତ ଥିବା ଯୁବକ ଯୁବତୀମାନଙ୍କୁ ନେଇ ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ ମୁଖ୍ୟ ଅତିଥି, ଉପାଧ୍ୟକ୍ଷା ଭାରପ୍ରାପ୍ତ ବିଡିଓ ପ୍ରଭାତ କୁମାର ସାହୁ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ ସହ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତଥି ଭାବେ ଦୀନଦୟାଳ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାର ଜିଲ୍ଲା ସଂଯୋଜକ ମୁକେଶ କୁମାର ସିଂ ଯୋଗଦେଇ ପଞ୍ଚମରୁ ତଦୁର୍ଦ୍ଧ ଯୋଗ୍ୟତା ଥିବା ସମସ୍ତ ବେକାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ତିନିମାସରୁ ଉର୍ଦ୍ଧ ମାଗଣାରେ ତାଲିମ ନେଇ ବିଭିନ୍ନ ବେସରକାରୀ ସଂସ୍ଥା ମାନଙ୍କରେ ଚାକିରି କରିବାର ସୁଯୋଗ ଅଛି ବୋଲି ଜିଲ୍ଲା ସଂଯୋଜକ ଶ୍ରୀ ସିଂ ପ୍ରକାଶ କରିଥିଲେ । ଶିକ୍ଷିତ ଯୁବକ ଯୁବତୀମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ଏହି ଶିବିର ଲକ୍ଷ ବୋଲି କହିଥିଲେ ।ଅନୁଷ୍ଠିତ ପରାମର୍ଶ ଶିବିରରେ ୨୫୬ ଜଣ ଶିକ୍ଷିତ ବେକାର ଯୁବକ ଯୁବତୀ ପଞ୍ଜିକରଣ କରିଥିବା ବେଳେ ୧୯୬ ଜଣ ବିଭିନ୍ନ ସଂସ୍ଥା ତାଲିମ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଲକ ପରିଚାଳକ ବିଜୟ କୁମାର ବେହେରା କରିଥିବା ବେଳେ ଦକ୍ଷତା ବିଭାଗ ସଂଯୋଜକ ବିଚିତ୍ର ମୁଦୁଲିଙ୍କ ସମେତ ଅନ୍ୟ ଅଧିକାରୀମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.