pakka

ବଲାଙ୍ଗିର ଜିଲ୍ଲା ଓପେପା କର୍ମଚାରୀ ସେବା ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଓପେପା କର୍ମଚାରୀ ସେବା ସଂଘର ସମସ୍ତ ସଭ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଭ୍ୟମାନଙ୍କ ଦ୍ୱାରା ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ନୂତନ ସଭାପତି ଭାବେ ସନ୍ତୋଷ କୁମାର ମହାରଣା, ଉପସଭାପତି ଭାବେ ସୁରେନ୍ଦ୍ର ବାଗ, ସଂପାଦକ ଭାବେ ରାଜେଶ ବିଶ୍ୱାଲ, ଯୁଗ୍ମ ସଂପାଦକ ଭାବେ ଆନିଦ୍ୟ ମହାପାତ୍ର ଓ କୋଷାଧ୍ୟକ୍ଷ ଭାବେ ଭୋଳାନାଥ ବେହେରା ଚୟନ ହୋଇଥିଲେ । ଉପଦେଷ୍ଟା କମିଟିର ସଦସ୍ୟ ଭାବରେ ଭୁବନାନନ୍ଦ ହୋତା, ଗୋପାଳ ଚନ୍ଦ୍ର ମିଶ୍ର, ଶମ୍ଭୁ ପ୍ରସାଦ ନାଏକ ମନୋନୀତ ହୋଇଛନ୍ତି । ସମସ୍ତ ପଦାଧିକାରୀମାନଙ୍କୁ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶେଷରେ ସଭାପତି ସମସ୍ତ ସଭ୍ୟମାନଙ୍କୁ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ସୂଚନା ଦେଇଥିଲେ ।

Leave A Reply

Your email address will not be published.

12 + 7 =