ଭୁବନେଶ୍ୱର, (କେପିଏନ୍ଏସ୍) : ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ)ର ଭୁବନେଶ୍ୱର ଅଞ୍ଚଳର ପୁରୀ ଶାଖାଠାରେ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଏକ ସମାଚାର ପଠନ ପ୍ରତିଯୋଗିତାର ଆୟୋଜନ ମଧ୍ୟ କରାଯାଇଥିଲା । ବିଶେଷ କରି ପୁରୀସ୍ଥିତ ନୂଆସନ୍ଥ, ପିପିଲି, ଚନ୍ଦନପୁର, ନବକଳେବର ରୋଡ୍, ଲୋକନାଥ ଟେମ୍ପୁଲ ରୋଡ୍ ଏବଂ ନିମାପଡ଼ା ଆଦି ଶାଖାର କର୍ମଚାରୀମାନେ ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।
ଏଥିରେ ମୋଟ୍ ୧୪ଜଣ କର୍ମଚାରୀ ଭାଗ ନେଇଥିବା ବେଳେ ୫ ଜଣ କର୍ମଚାରୀ (ପ୍ରତିଯୋଗୀ)ଙ୍କୁ ବିଜେତାର ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ଅପରପକ୍ଷରେ ପୁରୀ ଶାଖାର ଶାଖା ପ୍ରବନ୍ଧକ ପ୍ରଦୀପ୍ତ କୁମାର କହିଥିଲେ, ହିନ୍ଦୀ ହେଉଛି ଆମର ରାଜଭାଷା ଏବଂ ଅଧିକରୁ ଅଧିକ ବ୍ୟାଙ୍କିଙ୍ଗ୍ କାର୍ଯ୍ୟରେ ହିନ୍ଦୀ ଭାଷାର ପ୍ରୟୋଗ କରାଯିବା ଉଚିତ । ବରିଷ୍ଠ ରାଜଭାଷା ପ୍ରବନ୍ଧକ ସୋନିଆ ସାୱନ୍ତ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ପ୍ରଶାସନ ବିଭାଗର ଅଧିକାରୀ ବିକାଶ ଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।