oom

ସାବାସ୍‌ ପୁଲିସ ଅଧିକାରୀ : ଉଜୁଡ଼ା ପରିବାରର ଦୁଇ ଭାଇ ଭଉଣୀଙ୍କ ପାଠ ପଢ଼ା ଖର୍ଚ୍ଚ ବହନ କଲେ ଇନ୍ସପେକ୍ଟର ସଦାନନ୍ଦ

jsmm

ବରଗଡ଼, (କେପିଏନ୍‌ଏସ୍‌) : ପୁଲିସ୍‌କୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଆଶଂକା ଦେଖା ଦେଇଥାଏ । ସମାଜରୁ ଏଭଳି ଚିନ୍ତାକୁ ହଟାଇବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିଲେ ସୁଦ୍ଧା ପୁଲିସ ପ୍ରତି ସାଧାରଣ ଲୋକଙ୍କ ବିଶ୍ୱାସ ଏବେ ବି ଫେରି ନଥିବା ମନେହୁଏ । କିନ୍ତୁ ପୁଲିସ ବିଭାଗରେ ବରଗଡ଼ ଥାନ ଇନ୍ସପେକ୍ଟର ସଦାନନ୍ଦ ପୂଜାହାରୀଙ୍କ ଭଳି ବ୍ୟକ୍ତି ମଧ୍ୟ ଅଛନ୍ତି, ଯିଏ ସର୍ବଦା ଅନ୍ୟମାନଙ୍କ ସୁଖଦୁଃଖରେ ସାମିଲ୍‌ ହୁଅନ୍ତି ଓ ସମାଜସେବାକୁ ଜୀବନର ମୁଖ୍ୟ ଆଧାର ବୋଲି ଚିନ୍ତା କରନ୍ତି । କୋଭିଡ଼୍‌ ସମୟରେ କିଛି ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ ପାଠ ପଢ଼ା ପାଇଁ ମୋବାଇଲ୍‌ ଦେଇ ଉଦାହରଣ ସୃଷ୍ଟି କରିଥିବା ଇନ୍ସପେକ୍ଟର ସଦାନନ୍ଦ ଏବେ ଏକ ଉଜୁଡ଼ା ପରିବାରର ଦୁଇ ଭାଇ ଭଉଣୀଙ୍କ ପାଠ ପଢ଼ା ଖର୍ଚ୍ଚ ବହନ କରି ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସାଜିଛନ୍ତି । ସୂଚନା ଅନୁସାରେ ଗତ ଦୁଇ ମାସ ତଳେ ଏକ ସଡ଼କ ଦୁର୍ଘଟଣାରେ ବାପା ମା’ ଆରପାରିକୁ ଚାଲିଯାଇଥିବା ବେଳେ ସେମାନଙ୍କ ପୁଅ ଝିଅ ନିରାଶ୍ରୟ ହୋଇପଡ଼ିଥିଲେ । ଏପରିକି ସ୍ନାତକୋତ୍ତର ପାଠ ପଢ଼ୁଥିବା ଝିଅ ଓ ଫର୍ମାସିରେ ଶେଷ ବର୍ଷରେ ପାଠ ପଢ଼ୁଥିବା ପୁଅ ଫି’ ଦେବାକୁ ସକ୍ଷମ ହୋଇ ପାରି ନଥିବା ବେଳେ ଇନ୍ସପେକ୍ଟର ସଦାନନ୍ଦ ଏ ବିଷୟରେ ଅବଗତ ହେବା ପରେ ଉଭୟର ଫି’ ଖର୍ଚ୍ଚ ବହନ କରିଛନ୍ତି । ଏବେ ସ୍ଥାନୀୟ ଲୋକଙ୍କ ମୁହଁରୁ ସ୍ୱତଃ ବାହାରି ପଡ଼ୁଛି- ସାବାସ୍‌ ପୁଲିସ ଅଧିକାରୀ ।

jittmm
Leave A Reply

Your email address will not be published.