ଭୁବନେଶ୍ୱର, (କେପିଏନ୍ଏସ୍) : ମହାତ୍ମା ଗାନ୍ଧିଜୀଙ୍କ ବାର୍ତ୍ତାର ପ୍ରସାର ପାଇଁ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଶୁଭାରମ୍ଭ ହୋଇଥିବା ‘ଅହିଂସା ରଥ’ ୩୦ ଦିନରେ ରାଜ୍ୟର ୨୧ଟି ଜିଲ୍ଲା ପରିକ୍ରମା କରିଛି । ‘ସତ୍ୟ’, ‘ଅହିଂସା’ ଓ ‘ଶାନ୍ତି’ ପ୍ରତିଷ୍ଠା ଲକ୍ଷ୍ୟରେ ଏହି ରଥ ସାରା ରାଜ୍ୟ ପରିକ୍ରମା କରିବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।