oom

ରାମୋଡ଼ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ବୈଠକ

jsmm

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଝରଣୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାମୋଡ଼ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଅଭିଭାବକ-ଶିକ୍ଷକଙ୍କ ବୈଠକ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନିମନ୍ତ୍ରିତ ଅତିଥି ଭାବେ ଗ୍ରାମ୍ୟ ଜଙ୍ଗଲ କମିଟି ସଭାପତି ମୁରଲୀ ଧର ସାହୁ, ଶ୍ରୀମତୀ ହେମାଙ୍ଗିନୀ ବରିହା ପ୍ରମୁଖ ମଞ୍ଚାସୀନ ଥିଲେ । ତତ୍‌ ସହିତ ନବମ ଓ ଦଶମ ଶ୍ରେଣୀର ଅଧ୍ୟୟନ କରୁଥିବା ସମସ୍ତ ଛାତ୍ର ଛାତ୍ରୀ ତଥା ପିତାମାତା ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବୈଠକରେ ଉପସ୍ଥିତ ରହି କିଭଳି ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତ ମାନର ଗୁଣାତ୍ମକ ଶିକ୍ଷା ପ୍ରଦାନରେ ବିଭିନ୍ନ ଦିଗକୁ ନେଇ ମତ ବିନିମୟ ହୋଇଥିଲା । ବୈଠକ ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିବା ସହ ବୈଠକ ଆଭିମୁଖ୍ୟ ସମ୍ପର୍କରେ ଅଭିଭାବକଙ୍କୁ ଅବଗତ କରାଇଥିଲେ । ପରିଶେଷରେ ସହକାରୀ ଶିକ୍ଷକ ଗଜେନ୍ଦ୍ର ହରିଜନ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.