om academy

ଉପାନ୍ତ ଲୁଇସିଂ ବିଦ୍ୟାଳୟ ଗସ୍ତରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ

jsm

ଫୁଲବାଣୀ : ଲୁଇସିଂ ସରପଞ୍ଚ ସୁଦର୍ଶନ କହଁରଙ୍କ ଅନୁରୋଧ କ୍ରମେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଉପାନ୍ତ ଲୁଇସିଂ ଗ୍ରାମପଞ୍ଚାୟତର ଲୁଇସିଂ ଆଶ୍ରମ ବିଦ୍ୟାଳୟ ଗସ୍ତ କରି ଛାତ୍ର ଛାତ୍ରୀଙ୍କ ସହ ମିଶିବା ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ସରପଞ୍ଚ ସୁଦର୍ଶନ କହଁର, ପ୍ରଧାନ ଶିକ୍ଷକ ପ୍ରଭାକର ସାମଲ, ପୁରାତନ ଛାତ୍ର ସଭାପତି ଆଲୋକ କହଁର, ସମ୍ପାଦକ ଗୋବିନ୍ଦ ମଲ୍ଲିକ, ୱାର୍ଡ ମେମ୍ବର ଗୋଲାପି ମୁଖୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଛାତ୍ରଛାତ୍ରୀଙ୍କୁ ତାଙ୍କର ସୁବିଧା ଅସୁବିଧା ପଚାରିଥିଲେ । ଏହି ସମୟରେ ଛାତ୍ର ଛାତ୍ରୀ ହଷ୍ଟେଲରେ ଟିଭି ଲଗେଇବା ସହିତ ବିଦ୍ୟାଳୟରେ ପାନୀୟ ଜଳ ସମସ୍ୟା ସମ୍ପର୍କରେ ମଧ୍ୟ ସମାଜ ମଙ୍ଗଳ ଅଧିକାରୀଙ୍କୁ ଛାତ୍ର ଛାତ୍ରୀ ଅବଗତ କରିଥିଲେ । ଏହି ବିଦ୍ୟାଳୟରେ ଦୀର୍ଘ ଦିନ ଧରି ମେଟ୍ରୋନ ପଦବୀ ଖାଲି ଥିବାରୁ ଶୀଘ୍ର ପୂରଣ କରିବା ସହିତ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଥିଲେ ସୁଦ୍ଧା ୫୦ଟି ଖଟିଆ ଥିବାରୁ ଆଉ ୫୦ଟି ଖଟିଆ ଯୋଗାଇ ଦେବାକୁ ସରପଞ୍ଚ ସମାଜ ମଙ୍ଗଳ ଅଧିକାରୀଙ୍କୁ ଅନୁରୋଧ କରିଥିଲେ । ପୂର୍ବରୁ ଏହି ବିଦ୍ୟାଳୟକୁ ଜିଲ୍ଲା ଶିକ୍ଷା ଅଧିକାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ସମନ୍ୱିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ମଧ୍ୟ ଗସ୍ତ କରି ସାରିଛନ୍ତି । ଆଗାମୀ ଦିନରେ ଜିଲ୍ଲାପାଳଙ୍କୁ ମଧ୍ୟ ସ୍କୁଲ ପରିଦର୍ଶନରେ ଆସିବା ପାଇଁ ସରପଞ୍ଚ ଅନୁରୋଧ କରିଛନ୍ତି । ଏହି ବିଦ୍ୟାଳୟକୁ ୫୦ବର୍ଷ ପୂର୍ତ୍ତି ହୋଇଥିବାରୁ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବା ପାଇଁ ସ୍ଥିର କରାଯାଇଥିବା କହିଛନ୍ତି ସରପଞ୍ଚ ସୁଦର୍ଶନ କହଁର । ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଛି । ଏହି ବିଦ୍ୟାଳୟରେ ୧୦୦ ଜଣ ଛାତ୍ରୀ ଥିବା ବେଳେ ୪୦ଜଣ ଛାତ୍ର ଅଛନ୍ତି ।

Leave A Reply

Your email address will not be published.