om academy

ବୌଦ୍ଧରେ ଜିଲ୍ଲାସ୍ତରୀୟ ଯୋଗାସନ ସ୍ପୋର୍ଟ୍ସ ଚାମ୍ପିୟାନସିପ୍‌-୨୦୨୨

jsm

ବୌଦ୍ଧ, (ବଂଶୀଧର ମାଝୀ) : ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଯୁବ କ୍ରୀଡା ବିଭାଗ ଦ୍ୱାରା ଅନୁମୋଦିତ ଏବଂ ଜାତୀୟ ଯୋଗାସନ ସ୍ପୋର୍ଟ୍ସ ଫେଡେରେସନ ଓ ଯୋଗାସନ ସ୍ପୋର୍ଟ୍ସ ଆସୋସିଏସନ ଓଡିଶା ଦ୍ୱାରା ଅନୁବନ୍ଧିତ ବୌଦ୍ଧ ଜିଲ୍ଲା ଯୋଗାସନ ସ୍ପୋର୍ଟ୍ସ ଆସୋସିଏସନ ତରଫରୁ ବନ୍ୟା ଆଶ୍ରୟ ସ୍ଥଳି ପରିସରରେ ଯୋଗ ଚାମ୍ପିୟାନସିପ -୨୦୨୨ ଅନୁଷ୍ଠିତ ହୋଇଥିଲା । ଏଥିରେ ସବ ଜୁନିଅର, ଜୁନିଅର ଏବଂ ସିନିଅର ଦଳର ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ବିଭାଗର କ୍ରୀଡା ଅଧିକାରୀ ଆନନ୍ଦ ବେହେରା, ସିଆରସିସି ସନ୍ତୋଷ କୁମାର କର୍ଣ୍ଣ ଉଦ୍‌ଘାଟନ କରିଥିଲେ । ବିଚାରକ ଭାବେ ଜିଲ୍ଲା କୋଡିନେଟର ଦେବାଶିଷ ପୁରୋହିତ, ହୃଷିକେଶ ପ୍ରଧାନ, ସୁଶାନ୍ତ କୁମାର ମହାପାତ୍ର, ଯୋଗ ଶିକ୍ଷୟିତ୍ରୀ ଆଶାରାଣୀ ମିଶ୍ର ଯୋଗଦାନ କରିଥିଲେ । ଛାତ୍ର ଛାତ୍ରୀ ମାନେ ଯୋଗ ସିଲାବସ ଅନୁଯାୟୀ ବିଭିନ୍ନ ଯୋଗାସନ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମକୁ ଡମ୍ବରୁଧର ବେହେରା, ମମତା ଦାଶ, ସୁନିତା ଦାଶ, କୁନା ମାଝୀ, ଶତୃଜିତ ମହାପାତ୍ର ପରିଚାଳନା କରିଥିଲେ । ଜିଲ୍ଲା ଯୋଗ ଆସୋସିଏସନ୍‌ ପକ୍ଷରୁ ପ୍ରତ୍ୟେକ ରବିବାର ସକାଳ ୬ ଘଣ୍ଟା ଠାରୁ ୭ ଘଣ୍ଟା ପର୍ୟ୍ୟନ୍ତ ଷ୍ଟାଡିଅମ ପରିସରରେ ମାଗଣାରେ ଯୋଗ ପ୍ରଶିକ୍ଷଣ ଦିଆଯିବ । ଏଥିରେ ଯୋଗଦାନ କରିବା ପାଇଁ ଆସୋସିଏସନ ତରଫରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.