om academy

ଅବିଭାବକ ଓ ଶିକ୍ଷକ ସମନ୍ୱୟ ବୈଠକ ଅନୁଷ୍ଠିତ

jsm

କଲମପୁର : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧିନସ୍ଥ ଧନପୁର ଅଚ୍ୟୁତାନନ୍ଦ ହାଇସ୍କୁଲ ଏବଂ ଜୟପାଟଣା ବ୍ଲକ ଅଧିନସ୍ଥ ବାଣ୍ଡିଗାଁ ଅମୂଲ୍ୟ କୁମାର ସ୍ମୃତି ଉଚ୍ଚ ବିଦ୍ୟାପୀଠଠାରେ ଉଭୟ ଅବିଭିବକ ଓ ଶିକ୍ଷକଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଣ୍ଡିଗାଁ ଅମୂଲ୍ୟ କୁମାର ସ୍ମୃତି ଉଚ୍ଚ ବିଦ୍ୟାପୀଠ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁଞ୍ଜ ବିହାରୀ ଖଡିକାର ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟ ନେଇ ଆଲୋଚନା କରାଯାଇଥିଲା । ଦୀର୍ଘ ବର୍ଷ ଧରି ଅଂଚଳବାସୀଙ୍କ ଅକୁଣ୍ଠ ସହଯୋଗ ଯୋଗୁଁ ଅଂଚଳର ଶିକ୍ଷାର ବିକାଶ ପାଇଁ ଶିକ୍ଷକ ମାନେ ଉଦ୍ୟମ ଜାରି ରଖିଛନ୍ତି । ନିକଟରେ ସରକାରଙ୍କ ୫ଟି ଯୋଜନାର ତୃତୀୟ ପର୍ଯ୍ୟାୟରେ ଏହି ବିଦ୍ୟାଳୟକୁ ସ୍ଥାନିତ କରାଯାଇଥିବାରୁ ଅବିଭାବକ ମାନେ ଉତ୍ସାହିତ ହୋଇ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଏହି ବିଦ୍ୟାଳୟ ରୁପାନ୍ତରିତ ହେବ ଓ ଅଂଚଳର ଛାତ୍ର ଛାତ୍ରୀ ସ୍ମାର୍ଟ ସ୍କୁଲରେ ପଢ଼ି ସ୍ମାର୍ଟ ହେବେ । ସହରି ଢାଂଚାରେ ସ୍ମାର୍ଟ କ୍ଲାସ ରୁମ, ସ୍ମାର୍ଟ ବିଜ୍ଞାନାଗାର ଓ ଇ-ଲାଇବ୍ରେରୀର ସୁବିଧା ପାଇ ପାଠ ପଢ଼ି ପାରିବେ । ତେଣୁ ଉପସ୍ଥିତ ସମସ୍ତ ଅବିଭିବକ ଖୁସିବ୍ୟକ୍ତ କରିଥିଲେ । ଏହି ବୈଠକରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପ୍ରତିନିଧି ଭାବେ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଦେବରାଜ ସାହୁ, ଶୁସାନ୍ତ କୁମାର ଦେ, ରଜତ କୁମାର ମିଶ୍ର ପ୍ରମୁଖଙ୍କ ସମେତ ଅବିଭାବକମାନେ ଉପସ୍ଥିତ ରହି ବିଦ୍ୟାଳୟର ଉନ୍ନତି ନେଇ ଆଲୋଚନା କରିଥିଲେ । ସେହିଭଳି ଧନପୁର ଅଚ୍ୟୁତାନନ୍ଦ ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ ପ୍ରଭାକର ଲହଜଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମନ୍ୱୟ ବୈଠକରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ ସମେତ ଅବିଭାବକ ମାନେ ଉପସ୍ଥିତ ରହି ବିଦ୍ୟାଳୟର ଉନ୍ନତି ନେଇ ଆଲୋଚନା କରିଥିଲେ ।

Leave A Reply

Your email address will not be published.