jsm

ଡ୍ରାଇଭର ମହାସଙ୍ଘର ମହତ କାର୍ଯ୍ୟ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : କଥାରେ ଅଛି ରକ୍ତଦାନ ମହାପୂଣ୍ୟ । ଉକ୍ତ ଉକ୍ତିକୁ ସାର୍ଥକ କରିଛନ୍ତି ଓଡିଶା ଡ୍ରାଇଭର ମହାସଙ୍ଘ । ଦାରିଙ୍ଗବାଡ଼ି ଅଞ୍ଚଳର ୩ ଅସହାୟ ଗୁରୁତର ମହିଳା ରୋଗୀମାନଙ୍କୁ ରକ୍ତର ଆବଶ୍ୟକତା ରହିଥିବା ବେଳେ ବ୍ରହ୍ମପୁର ବଡ ମେଡିକାଲରେ ଅନିଶ୍ଚିତତା ମଧ୍ୟରେ ନିରୁପାୟ ହୋଇପଡ଼ିଥିଲେ । କୌଣସି ସୂତ୍ରରୁ ଖବର ପାଇ ଗଞ୍ଜାମ ସହର ପୁଇଁତୋଳା ଡ୍ରାଇଭର ଶାଖା ସଙ୍ଘ କର୍ମକର୍ତ୍ତା ବ୍ରହ୍ମପୁର ରକ୍ତ ଭଣ୍ଡାରରେ ପହଞ୍ଚି ଯାଇଥିଲେ । ବ୍ରହ୍ମପୁର ରକ୍ତ ଭଣ୍ଡାରରେ ରିତା ମାଝୀ, କୌଶଲ୍ୟା ପ୍ରଧାନ, ରତନୀ ସାହୁ ପ୍ରମୁଖ ଗୁରୁତର ମହିଳା ରୋଗୀଙ୍କୁ ବ୍ରହ୍ମପୁର ଓଡିଶା ଶାଖା ସଙ୍ଘ ସଭାପତି ଲକ୍ଷ୍ମୀ ନାରାୟଣ ସାହୁ, ପୁଇଁତୋଳା ଗଞ୍ଜାମ ଶାଖା ସଙ୍ଘ ସମ୍ପାଦକ ପ୍ରସନ୍ନ ଛାଟୋଇ, ସଦସ୍ୟ ସୁଜିତ ମାଳି ପ୍ରମୁଖ ରକ୍ତଦାନ କରିଥିଲେ । ଓଡିଶା ଡ୍ରାଇଭର ମହାସଙ୍ଘ ପୁଇଁତୋଳା ଗଞ୍ଜାମ ଶାଖା ସଙ୍ଘ ସଭାପତି ନରେନ୍ଦ୍ର ଚଣ୍ଡ ଓ ଉପସଭାପତି ଧରଣୀଧର ସାହୁ ଉପସ୍ଥିତ ରହିଥିଲେ । ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା କରାଯାଇଛି ।

yuvodaya
Leave A Reply

Your email address will not be published.