ନୀଳ ଆକାଶ ସ୍ୱଚ୍ଛ ବାୟୁ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନୀଳ ଆକାଶ ତଳେ ସ୍ୱଚ୍ଛ ବାୟୁ ପାଇଁ ଯଥେଷ୍ଟ ଚାରା ରୋପଣର ଆବଶ୍ୟକତା ଜରୁରୀ ବୋଲି ପରିବେଶ ବନ୍ଧୁ ଆଇନଜୀବୀ ହୃଷୀକେଶ ପାଢ଼ୀ ଆନ୍ତର୍ଜାତୀୟ ନୀଳ ଆକାଶ ସ୍ୱଚ୍ଛ ବାୟୁ ଦିବସରେ ମତ ରଖିଛନ୍ତି । ସୁସ୍ଥ ରହିବା ପାଇଁ ଉତ୍ତମ ତଥା ସ୍ୱଚ୍ଛ ବାୟୁ ଦରକାର । ନଚେତ ଆମ୍ଭେ ବିଭିନ୍ନ ରୋଗର ସମ୍ମୁଖୀନ ହେବା । ବାୟୁ ପ୍ରଦୂଷଣ ହେଲେ ସ୍ନାୟୁଗତ ଦୁର୍ବଳତା, ଆଜମା, ହୃଦରୋଗ, କର୍କଟ ଆଦି ରୋଗରେ ପୀଡିତ ହେବାକୁ ପଡିବ । ଏଥିପ୍ରତି ସଚେତନ ହୋଇ ଜନସାଧାରଣ ବ୍ୟାପକ ବୃକ୍ଷ ରୋପଣ କରି ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣରେ ରଖି ସୁସ୍ଥ ପରିବେଶରେ ସହଭାଗିତା ହେବା ପାଇଁ ଶ୍ରୀଯୁକ୍ତ ପାଢ଼ୀ ନିବେଦନ କରିଛନ୍ତି ।

Leave A Reply

Your email address will not be published.

13 + 4 =

error: Content is protected !!