oom

ଯଯାତୀ କେଶରୀ ନାଟ୍ୟ ସଂସଦର ୪୩ତମ ବାର୍ଷିକୋତ୍ସବ ଅନୁଷ୍ଠିତ

jsmm

ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ୧୦ ନମ୍ବର ୱାର୍ଡ଼ ଅନ୍ତର୍ଗତ ଟେନାମେଣ୍ଟସ୍ଥିତ ଯଯାତୀ କେଶରୀ କ୍ଲବ୍‍ ନାଟ୍ୟ ସଂସଦର ୪୩ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । କ୍ଲବ୍‍ ସଭାପତି ତଥା ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲଙ୍କ ପୌରାହିତ୍ୟରେ କ୍ଲବ୍‍ ପରିସରରେ ଆୟୋଜିତ ଦୁଇଦିନିଆ ସାଂସ୍କୃତିକ ଉତ୍ସବକୁ ଚୌଦ୍ୱାର-କଟକ ବିଧାୟକ ସୌଭିକ୍‍ ବିଶ୍ୱାଳ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଥିଲେ । ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ପୌର ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା, ଚୌଦ୍ୱାର ସର୍କଲ ଜେଲ ଅଧିକ୍ଷକ ପ୍ରଦୀପ୍ତ କୁମାର ବେହେରା, ନଗର ବିଜେଡ଼ି ସଭାପତି ବିଷ୍ଣୁ ଚରଣ ପରିଡ଼ା, ବିରାଟ ବଜାର କମିଟି ସଭାପତି ପ୍ରଶାନ୍ତ ବରାଳ ପ୍ରମୁଖ ଏହି ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସମାଜରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବହୁ ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟ ଯୁବ ବିଜେଡ଼ି ସହ ସମ୍ପାଦକ ଅର୍ଜୁନ ପଣ୍ଡା, ଅଶୋକ ମାଝୀ, ଲୋକନାଥ ସାହୁ, କବିତାରାଣୀ ଲେଙ୍କାଙ୍କ ସମେତ ପୌରପାଳିକାର ସମସ୍ତ କାଉନ୍‍ସିଲର ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ । କାଉନସିଲର ବିଜୟ କୁମାର ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଉପସଭାପତି ଶ୍ରୀନିବାସ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାପତି ଶ୍ରୀ ସାମଲଙ୍କ ନେତୃତ୍ୱରେ କ୍ଲବ୍‍ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.