csstore

ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ଗୁରୁଦିବସ ପାଳିତ

ଭୋଗରାଇ : (କେପିଏନ୍‌ଏସ୍‌) : ଖରିଦପିପଳ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଦହମୁଣ୍ଡାଠାରେ ଯୁକ୍ତ ଦୁଇ କଳା ଜିଜ୍ଞାସା ଶିକ୍ଷାକେନ୍ଦ୍ର ତରଫରୁ ଗୁରୁଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଜ୍ଞାସା ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଶିବନାରାୟଣ ପାତ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଦହମୁଣ୍ଡା ଉଚ୍ଚ ବିଦ୍ୟାଳୟର ଆଦର୍ଶ ଶିକ୍ଷକ ଦେବବ୍ରତ ଦେ, ମୁଖ୍ୟବକ୍ତା ଭାବେ ପଣ୍ଡିତ ଗଜାନନ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଶିକ୍ଷକ ଜୟଦେବ ଦାସ ପ୍ରମୁଖ ଯୋଗଦେଇ ସମାଜରେ ପ୍ରତ୍ୟେକ ଗୁରୁଙ୍କ ଅବଦାନ ଏବଂ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜୀବନ ଆଦର୍ଶରେ ଅନୁପ୍ରାଣୀତ ହେବା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଶିକ୍ଷାକେନ୍ଦ୍ରର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରୀ ସୁକାନ୍ତି ପାଣିଗ୍ରାହୀ, ପୂଜା ସେଠୀ, ଶୁଭଶ୍ରୀ ଚନ୍ଦ, ବୈଶାଖି ଦଳାଇ, ଅଙ୍କିତା ଦାସ ଗୁରୁବନ୍ଦନା କରିଥିବା ବେଳେ ସତ୍ୟମ ଗିରି ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଶେଷରେ ଛାତ୍ରୀ ଦେବିଶ୍ରୀ ପାଳ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଶିକ୍ଷାକେନ୍ଦ୍ରର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ଯୋଗଦାନ କରିଥିଲେ ।

jayashree
Leave A Reply

Your email address will not be published.